Odisha Link
Bridging the Missing Links in Odisha

ମହିମା ମିଶ୍ରଙ୍କୁ ଜାମିନ

କଟକ: ଶିଳ୍ପପତି ମହିମା ମିଶ୍ରଙ୍କୁ ଆଜି ହୋଇକୋର୍ଟରୁ ଜାମିଳି ମିଳିଛି। ସିଓ୍ବେଜ୍‌ ସିପିଂ ଜିଏମ୍‌ ମହେନ୍ଦ୍ର ସ୍ବାଇଁ ହତ୍ୟା ମାମଲାରୋ ଜାମିନି ମିଳିଛି। ନିମ୍ନ ଅଦାଲତ ସର୍ତ୍ତ ସ୍ଥିର କରିପାରିବେ କହିଲଷ ହାଇକୋର୍ଟ। ପୂର୍ବରୁ ଅନ୍ୟ ୨ଟି ମାମଲାରେ ମହିମା ମିଶ୍ରଙ୍କୁ ଜାମିନ ମିଳିସାରିଛି। ଏହି ମାମଲାରେ ପୂର୍ବରୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ହାଇକୋର୍ଟଙ୍କ ଜାମିନକୁ ସୁପ୍ରିକୋର୍ଟ ଖାରଜ କରିଥିଲେ। ଜାମିନ ପାଇଁ ପୁଣି ଥରେ ହାଇକୋର୍ଟଙ୍କ ଦ୍ବାରାସ୍ଥ ହୋଇଥିଲେ ମହିମା।

ପ୍ରକାଶ ଯେ, ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମହିମା ମିଶ୍ରଙ୍କୁ ଓଡ଼ିଶା ହାଇକୋର୍ଟ ୨୦୧୭ ମେ’ ୧୬ରେ ଜାମିନ ମଞ୍ଚର କରିଥିଲେ। ମହିମା ମିଶ୍ରଙ୍କ ଜାମିନକୁ ବିରୋଧ କରି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ସେପ୍ଟେଟର ୧୮ରେ ସୁପ୍ରିମକୋର୍ଟ ମହିମାଙ୍କ ଜାମିନ ଖାରଜ କରିବା ସହ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ନେବାପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜି ତାଙ୍କୁ ପୁଣିଥରେ ଜାମିନ୍‌ ମିଳି ଯାଇଛି।

Comments are closed.