Odisha Link
Bridging the Missing Links in Odisha

ମହାରାଷ୍ଟ୍ର ରାଜନୀତି: ବିଳମ୍ବିତ ରାତି ଯାଏଁ ବୈଠକ

ମୁମ୍ବାଇ: ମହାରାଷ୍ଟ‌ରେ ଲାଗୁ ହୋଇଛି ରାଷ୍ଟ୍ରପତି ନିର୍ବାଚନ। ହେଲେ ସରାକାର ଗଠନ କରିବା ନିମନ୍ତେ ଚାଲିଛି ଅଙ୍କକଷା। ଗତକାଲି ବିଳମ୍ବିତ ରାତି ଯାଏଁ ମୁମ୍ବାଇରେ ଏନସିପି-କଂଗ୍ରେସ ନେତାଙ୍କ ବୈଠକ ଜାରି ରହିଥିଲା। ବୈଠକରେ ଦୁଇଦଳର ବରିଷ୍ଠ ନେତା ସାମିଲ ହୋଇଥିଲେ। ଖବର ଅନୁସାରେ, ସର୍ବନିମ୍ନ କାର୍ଯ୍ୟସୂଚୀ ଆଧାରରେ ଶିବସେନାକୁ ସମର୍ଥନ କରିପାରେ କଂଗ୍ରେସ। ରାଜ୍ୟରେ କୌଣସି ଦଳ ବା ମେଂଟ ସରକାର ଗଠନ କରିନପାରିବା ଫଳରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା।

ନିର୍ବାଚନ ଲଢିଥିଲେ ବି ମୁଖ୍ୟମନ୍ତ୍ରୀ ପଦକୁ ନେଇ ମେଂଟ ଭାଙ୍ଗିଯାଇଛି। ସମସ୍ତଙ୍କ ନଜର ଏବେ ଏବେ ଏନସିପି-କଂଗ୍ରେସ ଉପରେ ରହିଛି। କଂଗ୍ରେସର ଗୋଟିଏ ଗୋଷ୍ଠୀ ଶିବସେନାକୁ ସମର୍ଥନ ସପକ୍ଷରେ ଥିବାବେଳେ ଗୋଟିଏ ଗୋଷ୍ଠୀ ବିରୋଧ କରୁଛନ୍ତି। ବିଧାନସଭାରେ ବିଜେପି ୧୦୫, ଶିବସେନା ୫୬, ଏନସିପି ୫୪ ଓ କଂଗ୍ରେସ ୪୪ ଆସନ ପାଇଛନ୍ତି।

Comments are closed.