Odisha Link
Bridging the Missing Links in Odisha

‘ମୋ ସ୍କୁଲ’ ମୋବାଇଲ ଆପ୍ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଶିଶୁ ଦିବସରେ ‘ମୋ ସ୍କୁଲ’ ମୋବାଇଲ ଆପକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକସେବା ଭବନରେ ଏହାକୁ ଉନ୍ମୋଚନ କରାଯାଇଛି। ମୋ ସ୍କୁଲର ୨ ବର୍ଷ ପୂର୍ତ୍ତି ଅବସରରେ ଏହି ଆପକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାଦ୍ବାରା ଅଧିକ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀ, ଅନୁଷ୍ଠାନ, ସଂସ୍ଥା ବିଦ୍ୟାଳୟ ସହ ଯୋଡି ହୋଇ ଅଧିକରୁ ଅଧିକ ଦାନ କରିପାରିବେ। ଏଥିସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇ ‘ମୋ ସ୍କୁଲ’ ଯୋଜନାର ସମୀକ୍ଷା କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷାମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ, ମୋ ସ୍କୁଲ ଅଧକ୍ଷ, ଆଦର୍ଶ ବିଦ୍ୟାଳୟ ସଂଗଠନ ଉପଦେଷ୍ଟା ଏବଂ ମୁଖ୍ୟ ଶାସନସଚିବ ପ୍ରମୁଖ ଉପସ୍ଥିତ ଥିଲେ। ମୋ ସ୍କୁଲ ଯୋଜନାରେ ଲକ୍ଷେ ୬୬ ହାଜର ୬୦୮ ପୁରାତନ ଛାତ୍ରଛାତ୍ରୀ, ସଂସ୍ଥା ଓ ଅନୁଷ୍ଠାନ ଗୁଡିକ ବିଦ୍ୟାଳୟ ଗୁଡିକୁ ୩୪ କୋଟି ୮୭ ଲକ୍ଷ ୭୬ ହଜାର ୪୩୫ ଟଙ୍କା ଦାନ କରିଛନ୍ତି। ଏ ବାବଦରେ ସରକାର ୬୯ କୋଟି ୬୪ ଲକ୍ଷ ୪୫ ହଜାର ୮୭୧ ଟଙ୍କା ପ୍ରଦାନ କରିଛନ୍ତି। ୨ ବର୍ଷ ମଧ୍ୟରେ ୯ ହଜାର ୯୮୫ ଟି ବିଦ୍ୟାଳୟ ‘ମୋ ସ୍କୁଲ’ ଯୋଜନାରେ ସାମିଲ ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କ ସହ ସିଶୁ ଦିବସ ପାଳିଥିଲେ। କୁନି କୁନି ପିଲାଙ୍କୁ ଗିଫ୍ଟ ବାଣ୍ଟିଥିଲେ।

Comments are closed.