ସ୍ମିତାଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ: ଦିବ୍ୟଶଙ୍କର ମିଶ୍ର
ଭୁବନେଶ୍ବର:ଯାଜପୁର ପିଇଓ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବିଧାନସଭାରେ ମୁଲତବୀ ନୋଟିସ୍ ଦେଇଛି କଂଗ୍ରେସ। ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଆଗରୁ ହିଁ ସରକାର ଅଡ଼ୁଆରେ ପଡ଼ିଛନ୍ତି ବିରୋଧୀ। ବାରମ୍ବାର ଅଭିଯୋଗ କରିଛନ୍ତି ଯେ, ଏହା ପଛରେ ବିଜେଡି ନେତାଙ୍କ ହାତ ଅଛି। ବିଶେଷ କରି ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ କାର୍ଯ୍ୟକଳାପ, ତାଙ୍କର ବେଆଇନ ରଙ୍ଗମହଲ ସରକାରଙ୍କୁ ବେଶ୍ ଅସୁବିଧାରେ ପକାଇଛି। ତେବେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ବେକରେ ଦଉଡ଼ି ଲାଗି ଶ୍ୱାସରୁଦ୍ଧ ଯୋଗୁଁ ସ୍ମିତାରାଣୀଙ୍କ ମୃତ୍ୟୁ ଘଟିଛି।
ଶବ ବ୍ୟବଚ୍ଛେଦ ରିପୋର୍ଟରେ ସ୍ମିତାଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ ଆସିଛି। ରୂପେଶ ଭଦ୍ରଙ୍କ ନାଁରେ ଯଥେଷ୍ଟ ପ୍ରମାଣ ମିଳିବାରୁ ଗିରଫ କରାଯାଇଛି। ଦଫା ୩୦୬ରେ ରୂପେଶ ଭଦ୍ରଙ୍କୁ ଗିରଫ କରାଯାଇଛି। ରୂପେଶ ଭଦ୍ର ଏବେ ଜେଲରେ, ତଦନ୍ତ ଚାଲୁ ରହିଛି ବୋଲି ମନ୍ତ୍ରୀ କହିଛନ୍ତି।
Comments are closed.