ସ୍ମିତାରାଣୀ ମୃତ୍ୟୁ ମାମଲା: ଗୃହରେ ଝଡ଼, ସ୍ମିତାରାଣୀଙ୍କ ବାପା କହିଲେ ମୋତେ..
ଭୁବନେଶ୍ବର: ପିଇଓ ସ୍ମିତାରାଣୀ ମୃତ୍ୟୁକୁ ନେଇ ବିଧାନସଭାରେ ସୃଷ୍ଟି ହୋଇଛି ଝଡ଼। ସ୍ମୀତାରାଣୀ ମାମଲାକୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଦେଇଥିବା ଉତ୍ତର ପରେ ପ୍ରତିକ୍ରିୟା ରଖିଛନ୍ତି ସ୍ମିତାରାଣୀଙ୍କ ବାପା ସଦାନନ୍ଦ ବିଶ୍ବାଳ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସଦାନନ୍ଦ ବିଶ୍ୱାଳ କହିଛନ୍ତି ଯେ, ମୋ ଜୀବନ ପ୍ରତି ବିପଦ ଅଛି, ମୋତେ ବି ମାରିଦେବେ। ଗୃହ ମନ୍ତ୍ରୀ ନିଜେ ଯଦି ଏକଥା କହିବେ ମୁଁ ଆଉ କାହାକୁ କହିବି ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଏଠାକୁ ଆସିଛନ୍ତି ନା ମୋତେ କିଛି ପଚାରିଛନ୍ତି। ତାଙ୍କର ପାୱାର ଅଛି, ସେ ମନେ ମନେ ଯାହା କହିବେ। ତାଙ୍କ ପାଖରେ କଳ ବଳ ସବୁ ଅଛି, ମୋ ପାଖରେ କିଛି ନାହିଁ।
ସେ ପୋଲିସ ବାବୁ କହିବାରୁ ସେତେବେଳେ ମୁଁ ଆତ୍ମହତ୍ୟା କରିଥିବା ଲେଖିଦେଲି। ପ୍ରକୃତରେ କିନ୍ତୁ ତାକୁ ହତ୍ୟା କରି ଟାଙ୍ଗି ଦିଆଯାଇଛି। ମହିଳା କମିଶନ ମୋ ପାଖକୁ ନ ଆସି କହିଲେ ତଦନ୍ତ ସରିଯାଇଛି। ଏସ୍ପି ଝିଅର ଚରିତ୍ର ସଂହାର କରି ବୟାନ ଦେଇଦେଲେ। ଏସ୍ପି କାହା କଥାରେ କହିଲେ ମୋ ଝିଅର ଚରିତ୍ର ଖରାପ ? ସେ ମୋ ଝିଅକୁ ଜାଣିଥିଲେ, ମୋତେ ପଚାରିଥିଲେ କି ବୋଲି ସଦାନନ୍ଦ ପ୍ରଶ୍ନ କରିଛନ୍ତି। ଏଭଳି ତଦନ୍ତରେ ମୁଁ ସନ୍ତୁଷ୍ଟ ନୁହେଁ ବୋଲି ସଦାନନ୍ଦ କହିଛନ୍ତି। ସିବିଆଇ ତଦନ୍ତ ନହେଲେ ମୁଁ ନ୍ୟାୟ ପାଇବି ନାହିଁ ବୋଲି ସଦାନନ୍ଦ କହିଛନ୍ତି। ମୋ ଜୀବନ ପ୍ରତି ବିପଦ ଅଛି, ମୁଁ ଭୟଭୀତ ଅବସ୍ଥାରେ ଅଛି। ମୋତେ ମାରିଦେବାକୁ ତାଙ୍କୁ କେତେ ସମୟ ଲାଗିବ ବୋଲି ସଦାନନ୍ଦ କହିଛନ୍ତି।
Comments are closed.