Odisha Link
Bridging the Missing Links in Odisha

ସ୍ମିତାରାଣୀ ବାପାଙ୍କ ଅଭିଯୋଗ ପ୍ରସଙ୍ଗ, ପ୍ରମିଳା କହିଲେ …

ଭୁବନେଶ୍ବର: ସ୍ମିତାରାଣୀ ହତ୍ୟା ମାମଲାକୁ ନେଇ ବିଧାନସଭା ଅଚଳ। ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବୟାନ ପରେ ତେଜିଛି ଆହୁରି ବିବାଦ। ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତର ପରେ ସ୍ମିତାରାଣୀଙ୍କ ବାପା ଅଭିଯୋଗ ଆଣିବା ପ୍ରସଙ୍ଗ। ଏହି ପ୍ରସଙ୍ଗରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସ୍ମିତାରାଣୀଙ୍କ ବାପା କରିଥିବା ଅଭିଯୋଗ ଉପରେ ତଦନ୍ତ ଚାଲିଛି। ସରକାର କୌଣସି ଇସ୍ୟୁରେ ଆଲୋଚନା ପାଇଁ ପଛଘୁଞ୍ଚା ଦେଇନାହାନ୍ତି।

ଏଥିସହିତ ପ୍ରମିଳା କହିଛନ୍ତି ଯେ, ଯଦି ବିଜେପି ପାଖରେ କିଛି ତଥ୍ୟ ଅଛି ଅନ୍ଧାରରେ ବାଡ଼ି ନବୁଲାଇ ଦିଅନ୍ତୁ। ପୂର୍ବରୁ ଅନ୍ୟ ମାମଲାରେ ସିବିଆଇ ପୋଲିସ ତଦନ୍ତକୁ ଗ୍ରହଣ କରିଛି ବୋଲି କହଇଚନ୍ତି ପ୍ରମିଳା ମଲ୍ଲିକ।

Comments are closed.