Odisha Link
Bridging the Missing Links in Odisha

୧୨ ଘଣ୍ଟିଆ ବ୍ରଜରାଜନଗର ବନ୍ଦ

ଝାରସୁଗୁଡା: ଟୋଲଗେଟ୍ ଉଚ୍ଛେଦ ଦାବିରେ ଆଜି ୧୨ ଘଣ୍ଟିଆ ବ୍ରଜରାଜନଗର ବନ୍ଦ ଡାକରା ଦିଆଯାଇଛି। ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ନୂଆଁଡିହିସ୍ଥିତ ଏନଏଚ-୪୯ରେ ସ୍ଥାପିତ ହୋଇଥିବା ଟୋଲଗେଟକୁ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବ୍ରଜରାଜନଗର ନାଗରିକ ମଞ୍ଚ। ଏହାର ପ୍ରଭାବରେ ଆଜି ବ୍ରଜରାଜନଗରରେ ଥିବା ଦୋକାନ ବଜାର ଓ ସ୍କୁଲ କଲେଜ ବନ୍ଦ ରହିଛି। ତେବେ ଏହି ବାଟଦେଇ ଯାତାୟତ କରୁଥିବା ଯାନବାହନ ଚଲାଚଳ ସ୍ୱାଭାବିକ ରହିଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁସାରେ ଗତ ୨୪ ତାରିଖ ସନ୍ଧ୍ୟାରେ ଟୋଲ୍ କର୍ମଚାରୀଙ୍କର ଜଣେ ସ୍ଥାନୀୟ ଲୋକଙ୍କ ସହ ବଚସା ହେବା ପରେ ଟୋଲ୍ କର୍ମଚାରୀମାନେ ଉକ୍ତ ଲୋକଙ୍କୁ ମାଡ ମାରିଥିଲେ। ଏହାକୁ ନେଇ ବ୍ରଜରାଜନଗର ରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ତାପରଦିନ ଜଣେ ସ୍ଥାନୀୟ ଲୋକ ଉକ୍ତ ଟୋଲଗେଟ୍କୁ ବନ୍ଦ କରିଦେଇଥିଲେ। ସେହି ଦିନଠାରୁ ଟୋଲ ଆଦାୟ ବନ୍ଦ ରହିଛି। ଏହି ସମସ୍ୟାର ସମାଧାନ ନିମନ୍ତେ ସନ୍ଧ୍ୟାରେ ଝାରସୁଗୁଡା ଏଡିଏମଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକକୁ ବ୍ରଜରାଜନଗର ନାଗରିକ ମଞ୍ଚ ପକ୍ଷରୁ ବର୍ଜନ କରାଯାଇ ଟୋଲଗେଟ ଉଚ୍ଛେଦ ପାଇଁ ଦାବି ହୋଇଛି।

Comments are closed.