ରାଜ୍ୟରେ ଖୋଲିବ ୬ ନୂଆ କୋର୍ଟ

ଭୁବନେଶ୍ବର: ରାଜ୍ୟରେ ସାମିଲ ହେବ ୬ ଗୋଟି ନୂଆ କୋର୍ଟ। ହାଇକୋର୍ଟଙ୍କ ସୁପାରିସ ଆଧାରରେ ରାଜ୍ୟ ସରକାର ଚଳିତବର୍ଷ ଠାରୁ ଏହି ସବୁ ନୂଆ କୋର୍ଟ ଖାଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଇନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଗୁରୁବାର ଦିନ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, କଟକ, ଭଦ୍ରକ, ବାଲେଶ୍ବର ଜିଲ୍ଲାର ନିଳଗିରି, ମୟୂରଭଞ୍ଜ ଜିଲ୍ଲାର ଉଦଳା, କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଏବଂ ନୂଆପଡା ଜିଲ୍ଲାର ଖଡିଆଳରେ ଗୋଟିଏ ଲେଖାଏ ଅତିରିକ୍ତ ଜିଲ୍ଲା ଓ ସେସନ୍ ଜଜ୍ କୋର୍ଟ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଏସବୁ କୋର୍ଟ ଖୋଲିବା ଦ୍ବାରା କଟକରେ କୋର୍ଟ ସଂଖ୍ୟା ୪ ହେବ ଏବଂ ଭଦ୍ରକରେ ଆଉ ଗୋଟିଏ ନୂୃଆ କୋର୍ଟ ଖୋଲିଲେ କୋର୍ଟ ସଂଖ୍ୟା ୨ରେ ପହଞ୍ଚିବ ବୋଲି ମନ୍ତ୍ରୀ ଜେନା କହିଛନ୍ତି।
Comments are closed.