ବନ୍ଦ ଘରୁ ବାହାରୁଛି ଦୁର୍ଗନ୍ଧ: ତନାଘନା ଜାରି
ସମ୍ବଲପୁର: ସମ୍ବଲପୁର ସହର ମୁଦିପଡା ପାଣିଟାଙ୍କି ପଡାର ବନ୍ଦ ଘର ଭିତରୁ ବାହାରୁଛି ଦୁର୍ଗନ୍ଧ। ଏହି ଭଡା ଘରେ ବାହାର ପଟୁ ତାଲା ଝୁଲୁଥିବା ବେଳେ ଏପରି ଉତ୍କଟ ଗନ୍ଧ ବାହାରିବା ଲୋକଙ୍କ ମନ ଭିତରେ ନାନା ସନ୍ଦେହ ସୃଷ୍ଟି କରିଛି। ଏହି ଘରେ ରହୁଥିବା ଲୋକଙ୍କୁ କିଛି ଦିନ ହେଲା ସ୍ଥାନୀୟ ଲୋକେ ଦେଖି ନଥିବାରୁ ଲୋକଙ୍କ ସନ୍ଦେହ ଦୃଢ଼ୀଭୂତ ହୋଇଛି। ଘର ଭିତରେ ଶବ ପଚିସଢି ଦୁର୍ଗନ୍ଧ ବାହାରୁଥିବା ପୋଲିସ ସନ୍ଦେହ କରୁଛି।
ତେବେ ଗତକାଲି ବିଳମ୍ବିତ ରାତିରେ ପୋଲିସ ଏହି ଖବର ପାଇଥିଲେ ମଧ୍ୟ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଘର ଖୋଲାଯିବ ବୋଲି ସୂଚନା ମିଳିଛି। ସମ୍ପୃକ୍ତ ଘର ମାଲିକ ଏଠାରେ ରହୁ ନଥିବାରୁ ମାଲିକକୁ ପୋଲିସ ସୂଚନା ଦେଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏକ ଶ୍ରମିକ ଶ୍ରେଣୀର ଦମ୍ପତ୍ତି ତାଙ୍କର ୪ ବର୍ଷର ଶିଶୁ ସହ ସେଠାରେ ରହୁଥିଲେ। ତେବେ ଗତ ମଙ୍ଗଳବାର ରାତିରେ ଦମ୍ପତ୍ତିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସେହିଦିନ ପରଠାରୁ ଏହି ଘରେ ତାଲା ପଡିଥିବା ଦେଖିବାକୁ ମିଳିଛି । ଆଜି ଘରର ଦ୍ବାର ଖୋଲାଗଲା ପରେ ସବୁ ରହସ୍ୟ ଉନ୍ମୋଚିତ ହେବ।
Comments are closed.