ବିଜୁ ଯୁବ ବହିନୀ ଖର୍ଚ୍ଚ ୧୦୦ କୋଟି
ଭୁବନେଶ୍ବର: ଚଳିତ ନିର୍ବାଚନ ବର୍ଷରେ ବିଜୁ ଯୁବ ବାହିନୀ ପାଇଁ ଖର୍ଚ୍ଚ ହୋଇଛି ଶହେ କୋଟିରୁ ଅଧିକ ଟଙ୍କା। ମୋହନ ମାଝୀଙ୍କ ପ୍ରଶ୍ନରେ ଉତ୍ତର ରଖି ଏହି ସୂଚନା ଦେଇଛନ୍ତି ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା।
ମନ୍ତ୍ରୀ ଶ୍ରୀ ବେହେରାଙ୍କ ସୂଚନା ଅନୁଯାୟୀ ୨୦୧୮-୧୯ରେ ବିଜୁ ଯୁବ ବାହିନୀ ଜରିଆରେ ୧୦୦ କୋଟି ୯୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସାମାଜିକ ସେବା କାର୍ଯ୍ୟକ୍ରମ ପାଇଁ ୨୨କୋଟି ୯୫ ଲକ୍ଷ ୮୦ ହଜାର ୯୪୭ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ‘ମୁଁ ହିରୋ’ କାର୍ଯ୍ୟକ୍ରମ ପାଇଁ ୧୯ କୋଟି ୩୫ ଲକ୍ଷ ୮୩ ହଜାର ୪୫୫ ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି କ୍ରୀଡ଼ା ଉପକରଣ ବଣ୍ଟନ ବାବଦରେ ୩୭ କୋଟି ୨୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ବିଭିନ୍ନ କ୍ରୀଡ଼ାର ଆୟୋଜନ ପାଇଁ ୩ କୋଟି ୩୮ ଲକ୍ଷ ୨୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଯୁବ ସମାବେଶ ଆୟୋଜନ ପାଇଁ ୧୭ କୋଟି ୯୬ ଲକ୍ଷ ୩୩୫୦ ଟଙ୍କା ଖର୍ଚ୍ଚ ହୋଇଥିବା ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଛନ୍ତି।
Comments are closed.