କଳାପଟି କାଢ଼ିଲେ ବିଜେପି ବିଧାୟକ
ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନର ଆଜି ତୃତୀୟ ଦିନ। ଦୁଇ ଦିନ ପରେ ତୃତୀୟ ଦିନରେ ଆଜି ବିଧାନସଭା ସ୍ୱାଭାବିକ । ତେବେ ଗୃହ ଆରମ୍ଭରୁ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ମୁହଁରେ କଳାପଟି ବାନ୍ଧି ନୀରବ ପ୍ରତିବାଦ କରଥିଲେ ବିଜେପି ସଦସ୍ୟ। ଏହାପରେ ଆସନରେ ବସିବା ପାଇଁ ବାଚସ୍ପତିଙ୍କ ନିବେଦନ ପରେ ମୁହଁରୁ କଳା ପଟି କାଢି ନିଜ ନିଜ ଆସନରେ ବସିଥିଲେ ବିଜେପି ବିଧାୟକ । ତେବେ ସ୍ମିତାରାଣୀ ପ୍ରସଙ୍ଗରେ ଗୃହ ୨ଦିନ ଧରି ଅଚଳ ରହିଥିବା ବେଳେ ଆଜି ସ୍ୱାଭାବିକ ହୋଇଛି
ପ୍ରକାଶ ଯେ, ସ୍ମିତାରାଣୀ ମୃତ୍ୟୁ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ପ୍ରେସ୍ମିଟ୍ କରିଥିଲେ। କଂଗ୍ରେସ ସହ ଶାସକ ଦଳ ସାଣ୍ଟାଘାଣ୍ଟା କରିଥିବାର ଅଭିଯୋଗ ଆଣିଛନ୍ତି। ବିରୋଧୀ ଦଳ ନେତାଙ୍କୁ କହିବାର ସୁଯୋଗ ଦେଉନାହାନ୍ତି ବାଚସ୍ପତି। ଶାସକ ଦଳ କଥାରେ ପଡ଼ି ସୁଯୋଗ ଦେଉନାହାନ୍ତି ବାଚସ୍ପତି। ୩୦୨ ଦଫାରେ ମାମଲା ରୁଜୁ ଲାଗି ଦାବି କଲା ବିଜେପି। ୩୦୨ ନ ଲାଗିବା ଯାଏଁ ପାଟିରେ କଳାପଟି ବାନ୍ଧି ଚୁପ୍ ରହୁବୁ କହିଛନ୍ତି ପ୍ରତୀପ୍ତ।
Comments are closed.