ବିଜେପି ଗଡସେଙ୍କ ମନ୍ଦିର କରିବ, ମହାତ୍ମା ଗାନ୍ଧୀଙ୍କୁ ନେଇ ରାଜ୍ୟ ସରକାର ଭୁଲ ତଥ୍ୟ ଦେବେ

ଭୁବନେଶ୍ବର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ବିଧାନସଭାରେ ଝଡ଼ ସୃଷ୍ଟି ହୋଇଛି। କିଛିଦିନ ତଳେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ତିଆରି ହୋଇଥିବା ଲିଫଲେଟ୍ ବା ପ୍ରଚାର ପତ୍ରରେ ବିଭ୍ରାନ୍ତିକର ତଥ୍ୟ ପ୍ରକାଶ ପାଇଥିଲା। ଯାହା ଏବେ ସବୁଠୁ ଚର୍ଚ୍ଚାର ପ୍ରସଙ୍ଗ। ଏହି ପ୍ରସଙ୍ଗକୁ ନେଇ ବିରୋଧୀ କଂଗ୍ରେସ ବିଧାନସଭାରେ ଶାସକ ବିଜେଡି ଦଳକୁ ଘେରିଛନ୍ତି। ଶାସକ ଦଳକୁ କଟାକ୍ଷ କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, କହିଲେ ଗଡସେଙ୍କ ମନ୍ଦିର କେବେ ? ସେପଟେ ଏହି ପ୍ରସଙ୍ଗରେ ଆସନ୍ତାକାଲି ଗୃହରେ ବିବୃତି ରଖିବେ ରାଜ୍ୟ ସରକାର।
ଏଥିସହିତ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି ମତ ଦେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ଚଷମାକୁ ନେଇ ସ୍ବଚ୍ଛ ଭାରତ ଅଭିଯାନ କରିଛନ୍ତି। ଅପରପକ୍ଷେ ବିଜେପି ଦଳ ନାଥୁରାମଙ୍କୁ ସହିଦ ବୋଲି କହୁଛନ୍ତି। ଏପଟେ ଓଡ଼ିଶା ସରକାର ମହାତ୍ମା ଗାନ୍ଧୀଙ୍କୁ ନେଇ ଏକ ବହି ବାହାର କରିଛନ୍ତି। ସେଥିରେ ଏକ ଦୁର୍ଘଟଣାରେ ମହାତ୍ମା ଗାନ୍ଧୀ ମୃତ୍ୟୁ ବରଣ କରିଥିଲେ ବହିରେ ଲେଖାଯାଇଛି ବୋଲି ତାରାପ୍ରସାଦ ବାହିନିପତି କହିଛନ୍ତି। ଏହାଠୁ ଲଜ୍ଜ୍ୟାଜନକ କଥା କିଛି ନାହିଁ ଏବଂ ଏହାରୁ ପୁନର୍ବାର ଠିକ୍ କରି ଦିଆଯାଉ ବୋଲି କହିଛନ୍ତି ଶ୍ରୀ ବାହିନିପତି।
Comments are closed.