Odisha Link
Bridging the Missing Links in Odisha

କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପର ଦୃତ ବିକାଶ ନିମନ୍ତେ ସମୀକ୍ଷା

ଭୁବନେଶ୍ୱର : ରାଜ୍ୟରେ ଉପଲବ୍ଧ ଥିବା କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପର ଗୁଡିକର ପ୍ରତିଷ୍ଠା ପାଇଁ ଏକ ସମୀକ୍ଷା ବୈଠକ ଶକ୍ତି ସଚିବ, ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ଗତ ୧୪ ତାରିଖରେ ଅନୁଷ୍ଠିତ ହୋଇଯାଇଅଛି । ଏମଓୟୁ ସ୍ବାକ୍ଷିରିତ କରିଥିବା ଉଦ୍ୟୋଗକାରୀ ମାନେ ଏ ବୈଠକରେ ଯୋଗ ଦେଇଥିଲେ । ପ୍ରକଳ୍ପ ଗୁଡିକର ପ୍ରତିଷ୍ଠାତା ନିମନ୍ତେ ଉପୁଜୁଥିବା ବିଭିନ୍ନ ସମସ୍ୟା ସଂକ୍ରାନ୍ତରେ ଆଲୋଚନା ହୋଇଯାଇଛି ।

ସମସ୍ୟା ଗୁଡିକର ସମାଧାନ ନିମନ୍ତେ ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନେ ସହଯୋଗ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି , ବିଶେଷକରୀ ସର୍ବୋଚ୍ଚ ଯନ୍ତ୍ରୀ ରାଜ୍ୟ ବୈଷୟିକ କମିଟି ଜରିଆରେ ପ୍ରତ୍ୟେକ ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ତ୍ବରିତ ପଦକ୍ଷେପ ନେବାକୁ କୁହାଯାଇଛି । ଏସବୁ ପ୍ରକଳ୍ପ ଗୁଡକ ପ୍ରତିଷ୍ଠା ହେଲେ ଆଗାମି ତିନି ରୁ ଚାରି ବର୍ଷ ମଧ୍ୟରେ ପ୍ରାୟ ୧୮୨ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ ହୋଇପାରେ ।

ଏହା ଛଡା ଜେଡକଲ ଓ.ଏଚ.ପି.ସି ୪୫ଟି ସମ୍ଭାବ୍ୟ କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପ ସ୍ଥାନର ପ୍ରୀ- ଫିଜିବିଲିଟି ରିପୋର୍ଟ ପ୍ରସ୍ତୁତ କରିବ । ରାଜ୍ୟ ବର୍ତ୍ତମାନ ୩ଟି କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟକ୍ଷମ ଅଛି । ଏଥିରୁ ୫୭ ମେଗାୱାଟ୍ ବିଦ୍ୟୁତ ଶକ୍ତି ଉତ୍ପାଦନ ହେଉଛି ଅନ୍ୟ ୪ଟି କ୍ଷୁଦ୍ର ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲୁରହିଅଛି ।

Comments are closed.