Odisha Link
Bridging the Missing Links in Odisha

ମହାରାଷ୍ଟ୍ର ପାଓ୍ବାର ପ୍ଲେ: କ’ଣ ରହିଛି କ୍ଷମତା ଅଙ୍କକଷା?, ଜାଣନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରରେ ଗୋଟିଏ ପଟେ ଚାଲିଛି ରାଷ୍ଟ୍ରପତି ଶାସନ। ଅନ୍ୟପଟେ ସରକାର ଗଠନ ନେଇ ଚାଲିଛି ଚର୍ଚ୍ଚା। ଗୁରୁବାର ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି ସରକାର ଗଠନ ପ୍ରୟାସ। ଯେତେବେଳେ କଂଗ୍ରେସର ଦାବି ମୁତାବକ ଶିବସେନା, ଏନସିପି ଓ କଂଗ୍ରେସର ନେତାମାନେ ଏକାଠି ବସି କମନ ମିନିମମ ପ୍ରୋଗ୍ରାମ ବା ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି। ତିନି ଦଳ ଭିତରେ ୪୦ ସୂତ୍ରୀ ସିପିଏମ ସ୍ଥିର ହେବା ପରେ ସରକାର ଗଠନ ଦିଗରେ ଏକ ବଡ ପଦକ୍ଷେପ ନିଆଯାଇଛି।

ଅପରପକ୍ଷେ ତିନି ଦଳର ଶୀର୍ଷ ନେତାଙ୍କ ସହ ଏହି କାର୍ଯ୍ୟକ୍ରମ ବାବଦରେ ଚର୍ଚ୍ଚା କରିବା ପରେ ଶନିବାର ସୁଦ୍ଧା ସେମାନଙ୍କ ମତାମତ ଆସିଯିବ ଓ ନଭେମ୍ବର ୧୯ ତାରିଖ ସୁଦ୍ଧା ଏକ ଚୂଡାନ୍ତ ରୂପରେଖ ସ୍ଥିର ହେବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି।

ତିନି ଦଳ ଏକାଠି ହେବାପାଇଁ ସାଧାରଣ ସର୍ବନିମ୍ନ କାର୍ଯ୍ୟସୂଚୀ ସ୍ଥିର ହେବା ପରେ କ୍ଷମତା ବଂଟନ କିଭଳି ହେବ ତାକୁ ନେଇ ଉତ୍କଣ୍ଠା ଲାଗିରହିଛି। ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ଜାଣନ୍ତୁ କଣ ରହିଛି କ୍ଷମତା ଅଙ୍କକଷା।
କ୍ଷମତା ଅଙ୍କ:
୧-: ଶିବସେନା ଓ ଏନ୍‌ସିପି ୧୪ଟି ଲେଖାଏଁ ମନ୍ତ୍ରୀପଦ ନେବାକୁ ଥିବାବେଳେ କଂଗ୍ରେସ ୧୨ଟି ମନ୍ତ୍ରୀପଦ ବୋଲି ଚର୍ଚ୍ଚା ଚାଲିଛି।
୨-: ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ମିଳିବା ନେଇ ଚର୍ଚ୍ଚା
୩-:ଏନସିପି ଓ କଂଗ୍ରେସରୁ ଜଣେ ଲେଖାଏଁ ଉପମୁଖ୍ୟମନ୍ତ୍ରୀ!
୪-:ବିଧାନସଭାରେ ବାଚସ୍ପତି ପଦ କଂଗ୍ରେସକୁ ମିଳିପାରେ
୫-: ଉପବାଚସ୍ପତି ପଦ ଶିବସେନାକୁ ମିଳିପାରେ
୬-: ଏନସିପିକୁ ମିଳିବ ବିଧାନପରିଷଦ ଅଧ୍ୟକ୍ଷ ପଦବୀ
୭-: ଶିବସେନାକୁ ପାଖକୁ ଯାଇପାରେ ବିଧାନପରିଷଦ ଉପାଧ୍ୟକ୍ଷ ପଦ
୮-: ସଂପୂର୍ଣ୍ଣ ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ଉଦ୍ଧବ ଠାକରେ

Comments are closed.