ଶାଲ୍ଲୁ ଜିନ୍ଦଲଙ୍କୁ ଗୋଲ୍ଡେନ ପିକକ୍ ସମ୍ମାନ
ଲଣ୍ଡନ / ଭୁବନେଶ୍ୱର : ସମାଜିକ ବିକାଶ ଏବଂ ସାଂସ୍କୃତିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ନିମନ୍ତେ ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲ୍ଲୁ ଜିନ୍ଦଲଙ୍କୁ ଗୋଲ୍ଡେନ ପିକକ୍ ସାମାଜିକ ଓ ସାଂସ୍କୃତିକ ନେତୃତ୍ୱ ସମ୍ମାନରେ ସମ୍ମାନୀତ କରାଯାଇଛି । ଇନଷ୍ଟିଚୁଟ ଅଫ ଡାଇରେକ୍ଟର୍ସ ଦ୍ୱାରା 14 ନଭେମ୍ବର 2019 ଦିନ ଲଣ୍ଡନ ଠାରେ ଆୟୋଜିତ ଲଣ୍ଡନ ଗ୍ଲୋବାଲ କନଭେସନ ଅନ କର୍ପୋରେଟ ଗଭର୍ନାସ ଓ ସଷ୍ଟନେବିଲିଟି କାର୍ୟକ୍ରମରେ ଜିନ୍ଦଲ ବ୍ରିଟିଶ ବ୍ରଡ଼କାଷ୍ଟିଙ୍ଗ କର୍ପୋରେସନ (ବିବିସି)ର ଅଧ୍ୟକ୍ଷ ସାର ଡେଭିଡ କ୍ଳେମେଣ୍ଟିଙ୍କ ଠାରୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏସିସିଏର ମୁଖ୍ୟ ନିର୍ବାହୀ ହେଲେନ ବ୍ରାଣ୍ଡ, ସଂଯୁକ୍ତ ରାଜ୍ୟ (ୟୁକେ)ର ପୂର୍ବତନ ମନ୍ତ୍ରୀ ଦ ବାରୋନେସ ବର୍ମା ଏବଂ ଇନଷ୍ଟିଚୁଟ ଅଫ ଡାଇରେକ୍ଟର୍ସର ସଭାପତି ଲେଫ୍ଟନେଣ୍ଟ ଜେନେରାଲ ଜେ .ଏସ . ଆହଲୁୱାଲିଆ , ପିଭିଏସଏମ (ଅବସରପ୍ରାପ୍ତ) ଉପସ୍ଥିତ ଥିଲେ । ଭାରତର ପୂର୍ବତନ ପ୍ରଧାନ ବିଚାରପତି ଏମ୍ ଏମ୍ ଭେଙ୍କଟଚଲିଆ ଙ୍କ ନେତୃତ୍ବ ରେ ଗଠିତ ଏକ ଜୂରିମଣ୍ଡଳର ସର୍ବସମ୍ମତ ଅନୁମୋଦନକ୍ରମେ ଜିନ୍ଦଲ ଙ୍କୁ ଏହି ମର୍ଯ୍ୟାଦାସଂପନ୍ନ ପ୍ରଦାନ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲି (ଜେଏସପିଏଲ) ପକ୍ଷରୁ ଶ୍ରୀମତି ଜିନ୍ଦଲ ଗୋଲ୍ଡେନ ପିକକ୍ ସ୍ପେସାଲ କମେଣ୍ଡେସନ ଫର ସଷ୍ଟନେବିଲିଟି 2019 ଗ୍ରହଣ କରିଥିଲେ ।
ଏହି ପୁରସ୍କାର ଗ୍ରହଣ କରି ଶ୍ରୀମତି ଜିନ୍ଦଲ କହିଲେ ଯେ, ମୋର ସମାଜିକ ଓ ସାଂସ୍କୃତିକ କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥିବାରୁ ମୁଁ କୃତଜ୍ଞ । ସମାଜର ଅବହେଳିତ ତଥା ଅନୁନ୍ନତ କ୍ଷେତ୍ରର ବିକାଶ ନିମନ୍ତେ ମୋର ଆଗ୍ରହ ଯୋଗୁଁ ମୋର ବ୍ୟକ୍ତିଗତ ପ୍ରଚେଷ୍ଠା ଏବଂ ଜେଏସପିଏଲ ଫାଉଣ୍ଡେସନ ମାଧ୍ୟ୍ୟମରେ ମୁଁ ସବୁବେଳେ ଚେଷ୍ଠା କରିଆସିଛି ।
ଗୋଲ୍ଡେନ ପିକକ୍ ସ୍ପେସାଲ କମେଣ୍ଡେସନ ଫର ସଷ୍ଟନେବିଲିଟି 2019 ନିମନ୍ତେ ଜିନ୍ଦଲ ଜେଏସପିଏଲକୁ ଅଭିନନ୍ଦନ ଜଣାଇଥିଲେ । ଜିନ୍ଦଲଙ୍କ ନେତୃତ୍ୱରେ ଜେଏସପିଏଲ ଫାଉଣ୍ଡେସନ ଓଡ଼ିଶା, ଛତିଶଗଡ଼ ଏବଂ ଝାରଖଣ୍ଡର ବିଭିନ୍ନ ଅଞ୍ଚଳରେ ମହିଳା ଓ ଶିଶୁ ବିକାଶ, ସ୍ଵାସ୍ଥ୍ୟ , ଜୀବିକା, ଶିକ୍ଷା, ଖେଳ, କୌଶଳ ବିକାଶ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ବହୁମୁଖୀ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଆସୁଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାୟ 19 ଲକ୍ଷରୁ ଅଧିକ ପରିବାର ଉପକୃତ ହୋଇପାରିଛନ୍ତି । ଏହାବ୍ୟତୀତ ଭାରତର ଶାସ୍ତ୍ରୀୟ ନୃତ୍ୟକୁ ବିଶ୍ୱର ବିଭିନ୍ନ ଅଞ୍ଚଳରେ ପ୍ରସାର କରିବା ଦିଗରେ ସେ କାର୍ଯ୍ୟ କରିଆସୁଛନ୍ତି । ନୂଆ ଦିଲ୍ଲୀ ଠାରେ ଜିନ୍ଦଲ ଆର୍ଟ ଇନଷ୍ଟିଚୁଟ ମଧ୍ୟ ସେ ପ୍ରତିଷ୍ଠା କରିଛନ୍ତି ।
ପଦ୍ମଭୂଷଣ ଗୁରୁ ରାଜା ରାଧା ଓ କୌଶଲ୍ୟା ରେଡ୍ଡୀଙ୍କ ଶିଷ୍ୟା ଜିନ୍ଦଲ ମଧ୍ୟ ଜଣେ ଦକ୍ଷ କୁଚିପୁଡି ନୃତ୍ୟାଙ୍ଗନା ଭାବରେ ପରିଚିତ । ଶାସ୍ତ୍ରୀୟ ନୃତ୍ୟ କୁଚିପୁଡିରେ କୃତିତ୍ୱ ପାଇଁ ସେ ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଏହା ବ୍ୟତୀତ ଜିନ୍ଦଲ ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆର ଉପ ସଭାପତି ମଧ୍ୟ ଅଛନ୍ତି । ‘ଇଣ୍ଡିଆ – ଆନ ଆଲ୍ଫାବେଟ ରାଇଡ’ ନାମରେ ଏକ ବହି ଲେଖିବା ସହିତ ‘ତିରଙ୍ଗା’ ଓ ‘ଫ୍ରିଡମ’ ନାମରେ ଦୁଇଟି ବହି ସଂକଳନ କରିଛନ୍ତି ।
ଜିନ୍ଦଲ ନେସନାଲ ବାଲ ଭବନର ପୁର୍ବତନ ଅଧ୍ୟକ୍ଷା ଏବଂ ଫିକି ଲେଡ଼ିଜ ଅର୍ଗାନାଇଜେସନର ପ୍ରତିଷ୍ଠାତା ସଭାପତି ମଧ୍ୟ ଥିଲେ । ନିକଟରେ ଜିନ୍ଦଲଙ୍କୁ ସିଏସଆର ଲିଡରସିପ ପାଇଁ ମହାତ୍ମା ପୁରସ୍କାର ଓ ସିଙ୍ଗାପୁର ଠାରେ ସିଏମଓ ଏସିଆ ଦ୍ୱାରା ସିଏସଆର ବେଷ୍ଟ ପ୍ରାକ୍ଟିସ ପୁରସ୍କାର ପ୍ରଦାନ କରାଯାଇଥିଲା । ଗୋଲ୍ଡେନ ପିକକ୍ ସମ୍ମାନ ପ୍ରଦାନ ବେଳେ ଅନ୍ୟମାନଙ୍କ ମଧ୍ୟରେ ୱାର୍ଲଡ଼ ଗାଲଡ଼ କାଉନ୍ସିଲର ବରିଷ୍ଠ ଉପଦେଷ୍ଟା ଏଡ଼ୱାର୍ଡ଼ ବିକହାମ, ହିନ୍ଦୁଜା ଗ୍ରୁପ (ୟୁକେ)ର ସହ ଅଧ୍ୟକ୍ଷ ଗୋପିଚାନ୍ଦ ପି ହିନ୍ଦୁଜା ଉପସ୍ଥିତ ଥିଲେ ।
Comments are closed.