ଆକ୍ରମଣ ପଛରେ ଅପରାଜିତା: ହରେକୃଷ୍ଣ
ଭୁବନେଶ୍ବର: ଭୁବନେଶ୍ବର ବିଜେପି ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କୁ ଆକ୍ରମଣ। ଏକାମ୍ର ହାଟ ନିିିକଟରେ ଆକ୍ରମଣ ହୋଇଥିବା ସୂଚନା ରହିଛି। ଆକ୍ରମଣର ଶିକାର ହୋଇ କ୍ୟାପଟାଲ ହସ୍ପିଟାଲ ଯାଇଥିଲେ ହରେକୃଷ୍ଣ। ସେଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଭୁବନେଶ୍ୱର ସାଂସଦଙ୍କ ଇଙ୍ଗିତରେ ହିଁ ମୋ ଉପରକୁ ଆକ୍ରମଣ ହୋଇଛି। ମୋ ଉପରେ ସାଂସଦଙ୍କ ପ୍ରତିନିଧି ଆକ୍ରମଣ କରିଛନ୍ତି ବୋଲଇ କହିଛନ୍ତି ହରେକୃଷ୍ଣ ଖୁଣ୍ଟିଆ।
ଏଥିସହିତ ସାଂସଦଙ୍କ ପ୍ରତିନିଧି ଦେବାଶିଷ ନାୟକଙ୍କ ନାମରେ ଅଭିଯୋଗ ଆଣିଛନ୍ତି ହରେକୃଷ୍ଣ। ପୂର୍ବରୁ ମଧ୍ୟ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟକଳାପକୁ ନାପସନ୍ଦ କରିବା ସହ ଚିିଠି ଲେଖି ବିରୋଧ କରିଥିଲେ ହରେକୃଷ୍ଣ ଖୁଣ୍ଟିଆ। ସଙ୍ଗଠନ ଦାୟିତ୍ବରେ ଥିବା ଦଳୀୟ ସଂପାଦକ ମାନସ ମହାନ୍ତିଙ୍କୁ ଚିଠି ଲେଖିଥିଲେ ହରେକୃଷ୍ଣ।
Comments are closed.