ଏଣିକି ବାହାରେ ମଳତ୍ୟାଗ କଲେ ତଣ୍ଡ ଗଣିବେ ରାଜଧାନୀବାସୀ

ଭୁବନେଶ୍ବର: ଆପଣ ରାଜଧାନୀରେ ରହୁଛନ୍ତି କି? ଆପଣ ଖୋଲାରେ ଶୌଚ କରୁଛନ୍ତି କି? ଯଦି ହଁ ତେବେ ସାବଧାନ। କାରଣ ଏଣିକି ରାଜଧାନୀରେ ବାହାରେ ମଳତ୍ୟାଗ କଲେ କିମ୍ବା ପରିସ୍ରା କଲେ ଦେବାକୁ ପଡିବ ଜରିମାନା। ଏମିତି ନିୟମ କଡ଼ାକଡ଼ି ହୋଇଛି। ଖୋଲାରେ ମଳତ୍ୟାଗ କଲେ ୨ଶହ ଟଙ୍କା ଓ ପରିସ୍ରା କଲେ ୧୫୦ ଟଙ୍କା ଫାଇନ୍ ଗଣିବାକୁ ପଡିବ।
ଆଜି ଏନେଇ ନୋଟିସ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ। ରାଜଧାନୀ ଭୁବନେଶ୍ୱର ଖୋଲା ଶୌଚମୁକ୍ତ ହେବା ନେଇ ବିଏମସି ପକ୍ଷରୁ ନୋଟିସ ଜାରି କରାଯାଇଛି। ପୂର୍ବରୁ ସମ୍ବଲପୁର ଏବଂ ବ୍ରହ୍ମପୁରରେ ମଧ୍ୟ ଏମିତି ନିୟମ ଲାଗୁ ହୋଇଯାଇଛି।
Comments are closed.