Odisha Link
Bridging the Missing Links in Odisha

ଡ୍ରଗ୍ କଣ୍ଟ୍ରୋଲର ପରିଚୟ ଦେଇ ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗ

 ଉମରେକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ସ୍ଥିତ ନିରାମୟା ହୋମିଓ କ୍ଲିନିକ୍ ରେ ପଶି ନିଜକୁ ଡ୍ରଗ୍ କଣ୍ଟ୍ରୋଲର ପରିଚୟ ଦେଇ ଧମକ ଚମକ ଏକଲକ୍ଷ ଟଙ୍କା ଠକି ନେଇଥିବା ଆଭିଯୋଗ ହୋଇଛି। ଠକେଇ ଅଭିଯୋଗ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ଡାକ୍ତର ପଞ୍ଚାନନ ମିଶ୍ର।
ମିଳିଥିବା ସୂଚନା ଅନୁସାରେ, ଉମରକୋଟ ଅନ୍ତର୍ଗତ କୋଣ୍ଡାଗାଁ ରୋଡ ପାର୍ଶ୍ବରେ ଥିବା ଏହି କ୍ଲିନିକ ରେ ଗତକାଲି ଜଣେ ବ୍ୟକ୍ତି ଆସି ନିଜକୁ ଭୁବନେଶ୍ବର ର ଡ୍ରଗ୍ କଣ୍ଟ୍ରୋଲର ଭାବେ ପରିଚୟ ଦେଇଥିଲେ, କ୍ଲିନିକ କବାଟ ବନ୍ଦ କରି ବିଭିନ୍ନ ପ୍ରକାର ଧମକ ଚମକ ଦେଇ ଏକ ଲକ୍ଷ ଟଙ୍କା ଛଡେଇ ନେଇଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପଂଚାନନ ମିଶ୍ର। ଘରେ କେହି ନ ଥିବାବେଳେ ଏଭଳି ଜଣେ ବ୍ୟକ୍ତି ହଠାତ୍ ପଶି ଆସି କବାଟ ବନ୍ଦ କରିବାରୁ ଡାକ୍ତର ମିଶ୍ର ଭୟଭୀତ ଥିବା କହିଛନ୍ତି। କ୍ଲିନିକରେ ଲାଗିଥିବା ସିସିଟିଭି କ୍ୟାମେରାରେ ସମସ୍ତ ଘଟଣା ରେକର୍ଡ ହୋଇଛି। ଅଭିଯୁକ୍ତଙ୍କୁ ଡ୍ରଗ କଣ୍ଟ୍ରୋଲରକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ।

Comments are closed.