Odisha Link
Bridging the Missing Links in Odisha

ଏନ୍‌ଡିଏର ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଲେ ସଞ୍ଜୟ, କହିଲେ..

ନୂଆଦିଲ୍ଲୀ: ଏନ୍‌ଡିଏ ମେଣ୍ଟର ଅସ୍ଥିତ୍ବକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମେଣ୍ଟର ଅନ୍ୟତମ ଅଙ୍ଗ ଶିବସେନା ନେତା ସଞ୍ଜୟ ରାଉତ। ସେ କହିଛନ୍ତି ପୁରୁଣା ଏନ୍‌ଡିଏ ଏବଂ ଏବେର ଏନ୍‌ଡିଏ ମଧ୍ୟରେ ଫରକ ଅଛି। ସେ କହିଛନ୍ତି, ଏହି ମେଣ୍ଟର ଅନ୍ୟତମ ପ୍ରତିଷ୍ଠାତା ଲାଲକୃଷ୍ଣ ଆଡଭାନୀ ଏହି ମେଣ୍ଟ ଛାଡ଼ି ଦେଇଛନ୍ତି ନଚେତ ନିଷ୍କ୍ରିୟ ଅଛନ୍ତି।

ସଞ୍ଜୟ କହିଛନ୍ତି, “ଅନେକ ଦଳ ଏକାଠି ହୋଇ ଏହି ମେଣ୍ଟ ଗଢ଼ିଥିଲେ। ଏପରିକି ଅନେକ ଦଳଙ୍କର ଆଦର୍ଶ ମଧ୍ୟ ସମାନ ନଥିଲା। ଆମେ ଦୀର୍ଘ ଦିନ ଧରି ଏହାର ଅଙ୍ଗ ହୋଇ ରହିଆସିଥିଲୁ। ଏହି ମେଣ୍ଟ ପୂର୍ବର ମେଣ୍ଟ ନୁହେଁ। ଏହାର ଆବାହାକ କିଏ?” ବୋଲି ପ୍ରଶ୍ନ କରିଛନ୍ତି ସଞୟ।

ସେ ଆହୁରି ମଧ୍ୟ କହିଛନ୍ତି, ବାଲାସାହେବ ଠାକ୍‌ରେ, ଅଟଳ ବିହାରୀ ବାଜପେୟୀ, ଏଲ୍‌କେ ଆଡଭାନୀ ଏବଂ ପ୍ରକାଶ ସିଂହ ବାଦଲ ମୁଖ୍ୟତଃ ମେଣ୍ଟ କରିଛନ୍ତି। ଏନ୍‌ଡିଏର ସ୍ଥିତିକୁ ନେଇ ପ୍ରଶ୍ନ ଉଠୁଛି ଏବଂ ଏହା ଗୋଟିଏ ଦଳର ମାଲିକାନା ନୁହେଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ର ରାଜନୀତିରେ ଶିବସେନାର ପ୍ରସ୍ତାବକୁ ବିଜେପି ପ୍ରତ୍ୟାଖ୍ୟାନ କରିବା ପରେ ଶିବସେନା କଂଗ୍ରେସ-ଏନ୍‌ସିପି ଆଡ଼କୁ ମୁହାଁଇଛି।

Comments are closed.