ଆଜି ଅଲ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡ ବୈଠକ, ଅଯୋଧ୍ୟା ରାୟ ଉପରେ ଆଲୋଚନା
![](https://www.odishalink.com/wp-content/uploads/2019/11/Ayodha...jpg)
ଲକ୍ଷ୍ନୌ: ଆଜି ଅଯୋଧ୍ୟା ରାମ ଜନ୍ମଭୂମି ସମ୍ପର୍କିତ ସୁପ୍ରିମ୍କୋର୍ଟ ରାୟକୁ ନେଇ ଏକ ବୈଠକ ଡାକିଛି ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡ। ଏହି ବୈଠକରେ ରାମ ଜନ୍ମଭୂମି ଏବଂ ବାବ୍ରି ମସଜିଦ୍ ସମ୍ପର୍କିତ ରାୟ ବାବଦରେ ଆଲୋଚନା କରାଯିବ। ଅଯୋଧ୍ୟା ରାୟ ବିରୋଧରେ ରିଭ୍ୟୁ ପିଟିସନ୍ ଦାଖଲ କରିବେ କି ନା ଏହି ଅବସରରେ ନିଷ୍ପତ୍ତି ହେବ।
ଜିଲାନି କହିଛନ୍ତି, “ଆଜି ଏଆଇଏମ୍ପିଏଲ୍ବିର ସମସ୍ତ ସଦସ୍ୟ ଲକ୍ଷ୍ନୌର ନାଦଭା କଲେଜ୍ରେ ବୈଠକ କରିବାର ଅଛି। ଏଠାରେ ରିଭ୍ୟୁ ପିଟିସନ୍ ବାବଦରେ ନିଷ୍ପତ୍ତି ହେବ। ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ଦେଇଥିବା ୫ ଏକର ଜମି ଗ୍ରହଣ କରାଯିବ କି ନାହିଁ ଆମେ ନିଷ୍ପତ୍ତି ନେବୁ। ବୋର୍ଡ ଯଦି ନିଷ୍ପତ୍ତି ନେବ ତାହାଲେ ରିଭ୍ୟୁ ପିଟିସନ୍ ଦାଖଲ କରାଯିବ।”
ବ୍ୟକ୍ତିଗତ ଭାବେ ଜିଲାନୀ କହିଛନ୍ତି, ଅଯୋଧ୍ୟା ରାୟକୁ ନେ ସେ ସନ୍ତୁଷ୍ଟ ନୁହନ୍ତି। ଏହି ରାୟ ବିରୋଧରେ ରିଭ୍ୟୁ ପିଟିସନ୍ ଦାଖଲ ହେବା ଦରକାର। ଅନ୍ୟ ବିକଳ୍ପ ଜମି ଗ୍ରହଣୀୟ ହେବା ଉଚିତ ନୁହେଁ। ସେ କହିଛନ୍ତି, “ଯଦି ସରକାର ୫୦୦ ଏକର ବି ଦେଉଛନ୍ତି ତାହା ମଧ୍ୟ ଗ୍ରହଣୀୟ ନୁହେଁ। ଆସନ୍ତାକାଲି ବୈଠକ ପରେ ନିଷ୍ପତ୍ତି ନିଆଯିବ।”
Comments are closed.