Odisha Link
Bridging the Missing Links in Odisha

ନଭେମ୍ବର ୨୧ ରୁ ମିଡ଼ିଆ ମହାକୁମ୍ଭ

ଭୁବନେଶ୍ୱର : ଉତ୍ତର ଭାରତର ସବୁଠାରୁ ବଡ଼ ଏବଂ ଆର୍କଷଣୀୟ ମିଡ଼ିଆ ମହାକୁମ୍ଭର ତୃତୀୟ ସଂଷ୍କରଣର ଉଦଘାଟନ ପାଇଁ ମଂଚ ପ୍ରସ୍ତୁତ । ପୂର୍ବତମ ମୂଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଜନ୍ମବାର୍ଷିକ ଉପଲକ୍ଷେ, ଆସନ୍ତା ୨୧ ନଭେମ୍ବର ଠାରୁ ଏହି ତିନି ଦିନିଆ ଜାତୀୟ ଗଣମାଧ୍ୟମ ମହାସମ୍ମିଳନୀ କିଟ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଟିତ ହେବାକୁ ଯାଉଛି । ସୂଚନାଯୋଗ୍ୟ ଯେ, ଗତ ଦୁଇ ବର୍ଷ ଧରି ସ୍ଥାନୀୟ ଇନିଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ (ଆଇ.ଏମ.ଏସ୍) ଓ ଉକ୍ରଳ ବିଶ୍ୱବିଦ୍ୟାଳୟ ଦ୍ୱାରା ଏହି ମହାସମ୍ମିଳନୀ ଭୁବନେଶ୍ୱରଠାରେ ଅନୁଷ୍ଟିତ ହୋଇଆସୁଛି । ପୂର୍ବବର୍ଷଭଳି, ଏବର୍ଷ ମଧ୍ୟ ଦେଶ ଓ ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ପ୍ରାୟ ୮୦୦ ରୁ ଅଧିକ ଜ୍ଞାନୀ, ବିଜ୍ଞାନୀ, ଗବେଷକ, ବିଦ୍ୟାର୍ଥୀ, ବୁଦ୍ଧିଜୀବି ଏବଂ ରାଜ୍ୟର ବହୁ ସାମ୍ବାଦିକ ଓ ଗଣମାଧ୍ୟମ ଛାତ୍ରଛାତ୍ରୀ ଏହି ସମ୍ବିଳନୀରେ ଯୋଗଦେବେ ।

ଏବର୍ଷ ସମ୍ମିଳନୀ ଶୀର୍ଷକ “ଯୋଗାଯୋଗ ୪.୦: ଡ଼ିଜିଟାଲ ଯୁଗରେ ଯୋଗାଯୋଗ” ଥିବାବେଳେ, ଏଥିରେ ୧୦୦ରୁ ଉଦ୍ଧ୍ୱର୍ବି ଶେଷଜ୍ଞ ସେମାନଙ୍କର ଗବେଷଣାତ୍ମକ ସଂର୍ନ୍ଧଭ ୭ଟି ବୈଷୟିକ କର୍ମଶାଳାରେ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ବର୍ତମାନର ଡି଼ଜିଟାଲ ଯୁଗରେ, କମ୍ପୁଟର, ମୋବାଇଲ, ଲାପଟପ ଆଦି ବୈଶୟିକ ଯବପାତି ଆଦିର ଭାଷା, ଜ୍ଞାନ, ଓ ସମାଜ ଉପରେ ଏହାର ପ୍ରଭାବ ଆଲୋଚନା ହେବାକୁ ଯାଉଛି ।

ଏହା ୟୁ.ଜି.ସି ଅଧିନ ସି.ଇ.ସି. ଏବଂ ଡ଼ଃ. ଆମ୍ବେଦକର ଫାଉଣ୍ଡେସନର ମିଳିତ ସହଯୋଗରେ ଅନୁଷ୍ଟିତ ହେବ ବୋଲି ସମ୍ମିଳନୀର ଅଧ୍ୟକ୍ଷ ଏବଂ ଆଇ.ଏମ୍.ଏସ୍.ର ନିର୍ଦ୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢୀ ଅନୁଷ୍ଠାନର ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହାକୁ କେନ୍ଦ୍ରିୟ ସୁଚନା ଆୟୁକ୍ତ ବିମଲ ଜୁଲକା ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିବା ବେଳେ ଏଥିରେ ସି.ଇ.ସି. ର ନିର୍ଦ୍ଧେଶକ ପ୍ରଫେସର ଜଗତଭୂଷଣ ନଡ୍ଡା, ଲୋକସଭା ସାଂସଦ ଏବଂ ପ୍ରଜାତବର ସମ୍ପାଦକ ଭର୍ତୁହରି ମହତାବ, ଡଃ. ଆମ୍ବେଦକର ଫାଉଣ୍ଡେସନର ନିର୍ଦ୍ଧେଶକ ଦେବେନ୍ଦ୍ର ପ୍ରସାଦ ମାଝି, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ, ତେଜପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ସୁନିଲ କାନ୍ତ ବେହେରା ଏବଂ ସେନଚୁରିୟାନ ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ ଚନ୍ଦ୍ରଭାନୁ ପଟ୍ଟନାୟକ ଏହି ଉତ୍ସବରେ ଯୋଗ ଦେବେ । ମୁଖ୍ୟବକ୍ତା ଭାବେ ଏମ.ଜି.ଏମ ବିଶ୍ୱବିଦ୍ୟାଳୟର କୁଳପତି ସୁଧିର ଗାଭାନେ ଏବଂ ଆଦାମସ ବିଶ୍ୱବିଦ୍ୟାଳୟର ପ୍ରଫେସର ଉଜ୍ଜଳ ଚୌଧୁରୀ ସମ୍ମିଳନୀର ଶୀର୍ଷକ ବିଷୟବସ୍ତୁକୁ ଉପସ୍ତାପନ କରିବେ ।

ସମ୍ମିଳନୀର ପ୍ରଥମ ଦିନରେ ତିନିଗୋଟି ପ୍ଲେନାରି ଅଧିବେଶନରେ ଆଇ.ଆଇ.ଏମ.ସିର ପୂର୍ବତନ ନିର୍ଦ୍ଧେଶକ ତଥା ଗୁରଗାଁଓ ସ୍ଥିତ ଆଇ.ଏମ.ଆଇର ପ୍ରତିଷ୍ଟାତା ଅଧକ୍ଷ ଜେ.ଏସ୍. ୟାଦବ, ଉତ୍କଳ ବିଶ୍ୱବିଦ୍ୟାଳୟର ରାଜନିତି ବିଜ୍ଞାନ ବିଭାଗର ପୂର୍ବତନ ମୁଖ୍ୟ ସୂଯ୍ୟକାନ୍ତ ମିଶ୍ର ଓ ଅମେରେଶ୍ୱର ମିଶ୍ର, ପି.ଆଇ.ବି ର ପୂର୍ବତନ ମୁଖ୍ୟ ଡ଼ାଇରେକଟର ଜେନେରାଲ ଉମାକାନ୍ତ ମିଶ୍ର, ମାଡ୍ରାସ ବିଶ୍ୱବିଦ୍ୟାଳୟର ପ୍ରଫେସର ଗୋପାଲନ ରବିନ୍ଦ୍ରନ, ଏବଂ ଟାଇମ୍ସ ନେଟୱାରକ୍ସର ସାମ୍ବାଦିକ ସହର ଜମନ ପ୍ରମୁଖ ସାମାଜିକ ଗଣମାଧ୍ୟମ ଏବଂ ଡ଼ିଜିଟାଲ ଗଣତବ ଉପରେ ଆଲୋଚନା କରିବେ ।

ଦ୍ୱିତୀୟ ପ୍ଲେନାରି ଅଧିବେଶନରେ ଜାମିୟା ମିଲିୟା ଇସଲାମିୟା ବିଶ୍ୱବିଦ୍ୟାଳୟର ବିଭାଗୀୟ ନିର୍ଦ୍ଧେଶକ ପ୍ରଫେସର ବିଶ୍ୱଜିତ ଦାସ, ହାଇଦ୍ରାବାଦ ବିଶ୍ୱବିଦ୍ୟଳୟର ପୂର୍ବତନ କୁଳପତି ପ୍ରଫେସର ବି.ପି. ସଂଜୟ, ରାଜସ୍ଥାନ କେନ୍ଦ୍ରିୟ ବିଶ୍ୱବିଦ୍ୟାୟର ପ୍ରଫେସର ସୁଭାଷ ଧୁଲିୟା, ଆଇ.ଆଇ.ଏମ.ସି ର ପୂର୍ବତନ ପ୍ରଫେସର ଜୟଶ୍ରୀ ଜେଠୱାନି ଏବଂ ଜିଡ଼ି ଗୋଏଙ୍ଗା ବିଶ୍ୱବିଦ୍ୟାଳୟର ପ୍ରଫେସର ଦେବାଶିଷ ଚକ୍ରବତୀ ପ୍ରମୁଖ ଡ଼ିଜିଟାଲ ଯୁଗରେ ଗଣମାଧ୍ୟମ ଶୀର୍ଷକରେ ସେମାନଙ୍କର ମତ ରଖିବେ ।

ସମ୍ମିଳନୀର ଦ୍ୱିତୀୟ ଦିନରେ ଦୁଇଗୋଟି ପ୍ଲେନାରି ଅଧିବେଶନ ସହିତ ୭ ଗୋଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହେବ । ଏହି ପ୍ଲେନାରି ଅଧିବେଶନରେ ଆଇ.ଆଇ.ଏମ.ସିର ପୂର୍ବତନ ନିର୍ଦ୍ଧେଶକ କେ.ଜି. ସୁରେଶ, ଜାଦପୁର ବିଶ୍ୱବିଦ୍ୟାଳୟର ଅଭିଜିତ ରାୟ, ସି.ଆଇ.ଏସ.ଆର.ର ପୂର୍ବତନ ଉପ-ନିର୍ଦ୍ଧେଶକ ପ୍ରଦୀପ ଶ୍ରୀବାସ୍ତବ, ମୟିସୁର ବିଶ୍ୱବିଦ୍ୟାଳୟର ଏନ. ଉସାରାଣି, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସିସିର ବାସୁ, ଓସମାନିଆ ବିଶ୍ୱବିଦ୍ୟାଳୟର କେ ନରେନ୍ଦର ଏବଂ ଆର.ଆଇ.ସି.ଇ ଶିକ୍ଷା ଏବଂ ଆଦାମାସ ଗ୍ରୁପର ମୁଖ୍ୟ ପ୍ରଫେସର ମୃତୁଂଜୟ ଜାଟାଜି ପ୍ରମୁଖ ସେମାନଙ୍କର ମତ ଉପସ୍ଥାପନ କରିବେ ।

ତୃତୀୟ ଦିନରେ ଦୁଇଗୋଟି ପ୍ଲେନାରି ଅଧିବେଶନ ଏବଂ ସମ୍ମିଳନୀର ଉଦଯପନି ଉତ୍ସବ ଅନୁଷ୍ଟିତ ହେବ । ଏଥିରେ ଓଡ଼ିଶା ବିଧାନ ସଭାର ବାତ୍ସପତି ଡ଼ଃ ସୂଯ୍ୟନାରାୟଣ ପାତ୍ର, ଆଉଟଲୁକର ସମ୍ପାଦକ ରୁବେନ ବାନାର୍ଜି, ରେଭେନସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମରେ ରହିଛ, ବୋଲି ମିଡ଼ିଆ ମହାକୁମ୍ଭର ଅଧ୍ୟକ୍ଷ ତଥା ଆଇ.ଏମ.ଏସ୍ ର ନିର୍ଦ୍ଧେଶକ ପ୍ରଫେସର ଉପେନ୍ଦ୍ର ପାଢୀ ସୂଚନା ଦେଇଛନ୍ତି । ଏବର୍ଷ ପ୍ରଥମ ଥର କରି ଏନ.ଏମ.ସି ପୁରସ୍କାର-୨୦୧୯ ବିଭିନ୍ନ ବର୍ଗରେ ଦେବାର କାର୍ଯ୍ୟକ୍ରମ ରହିଥିବାବେଳେ, ଏଥିରେ ୫୦ ରୁ ଉର୍ଦ୍ଧ କ୍ଷୁଦ୍ର ଚଳଚିତ୍ର ଏବଂ ଗଣମାଧ୍ୟମ ସମ୍ପର୍କିତ ପୁସ୍ତକ ପର୍ଦଶନୀ ହେବ ।

ଅନ୍ୟମାନଙ୍କ ମଧ୍ୟରେ ସେଂଚୁରିଅନ୍ ବିଶ୍ୱବିଦ୍ୟାଳୟର ଆଇ.କେ.ଏସ୍ର ନିର୍ଦ୍ଦେଶକ ଡଃ ଚନ୍ଦ୍ରଭାନୁ ପଟ୍ଟନାୟକ, ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ଡଃ ଜ୍ଞାନରଂଜନ ମିଶ୍ର, ରେଭେନ୍ସା ବିଶ୍ୱବିଦ୍ୟାଳୟର ଡଃ ଜୟନ୍ତ ସ୍ୱଇଁ, ସେଂଚୁରିଅନ୍ ବିଶ୍ୱବିଦ୍ୟାଳୟର ଡଃ ଅମ୍ବିକା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଅଧିକ ସୂଚନା ପାଇଁ ସମ୍ମିଳନୀର ଅଧ୍ୟକ୍ଷ ତଥା ଆଇ.ଏମ୍.ଏସ୍ ର ନିର୍ଦ୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢୀଙ୍କୁ ୯୦୪୦୦୮୫୬୩୩ ନମ୍ବରରେ ସମ୍ପର୍କ କରିବା ପାଇଁ ଅନୁରୋଧ ।

Comments are closed.