ସୋନିଆଙ୍କୁ ଭେଟିଲେ ପାଓ୍ବାର, ତା’ପୂର୍ବରୁ ମୋଦିଙ୍କ ପ୍ରଶଂସା କାର୍ଡ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଜାରି ହୋଇଛି ରାଷ୍ଟ୍ରପତି ଶାସନ। ଅନ୍ୟପଟେ ୨୦ ଦିନରୁ ଅଧିକ ସମୟ ହେଲା ସରକାର ଗଠନକୁ ନେଇ ଚାଲିଛି ହାଇଭୋଲଟେଜ୍ ଡ୍ରାମା। ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି ଓ ଶିବସେନା ଭିତରେ ଭାଗବଣ୍ଟା ନଛିଣ୍ଡିବାରୁ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି।
ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ଏବେ ଶିବସେନା-ଏନ୍ସିପି-କଂଗ୍ରେସ ଏକାଠି ହୋଇ ସରକାର ଗଠନ କରିବାକୁ ଆଲୋଚନା କରୁଛନ୍ତି। କିନ୍ତୁ ଏନେଇ କୌଣସି ନିଷ୍ପତ୍ତି ହୋଇପାରୁ ନାହିଁ। ସରକାରଗ ଠନ ସମ୍ପର୍କରେ ଶରଦ ପାୱାର ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ଶରଦ ସୋନିଆଙ୍କ ସହ ମହାରାଷ୍ଟ୍ର ରାଜନୀତି ନେଇ ଆଲୋଚନା ହୋଇଥିବା ଖବର ପ୍ରକାଶିତ ହୋଇଛି। ଶରଦ ସୋନିଆଙ୍କୁ ଭେଟିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ସଂସଦରେ ଏନ୍ସିପିକୁ ପ୍ରଶଂସା କରିଛନ୍ତି। ଏହା ମୋଦିଙ୍କ ମାଇଣ୍ଡ ଗେମ୍ ବୋଲି ବିଭିନ୍ନ ରାଜନୈତିକ ସମୀକ୍ଷକ ମାନେ କହୁଛନ୍ତି।
ମୋଦିଙ୍କ ପ୍ରଶଂସା କାର୍ଡ ଜାଣିଶୁଣି ଖେଳିଥାଇ ପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି । ଏହି ପ୍ରଶଂସା କରି ମୋଦି ଏନ୍ସିପିକୁ ଦୁଇଟି ସଙ୍କେତ ଦେବାକୁ ଚାହିଁଛନ୍ତି। ଶିବସେନା ସହ ମେଣ୍ଟ କରିବାକୁ ଶରଦ ପାୱାର ଯେଉଁ ଅଣ୍ଟା ଭିଡ଼ିଛନ୍ତି ସେଥିରୁ ଦୂରେଇ ରହିବା ପାଇଁ ଏବଂ ଅନ୍ୟଟି ହେଉଛି ବିଜେପିକୁ ସମର୍ଥନ କରିବା। ଯଦି ପାୱାର ଶିବସେନାକୁ ସମର୍ଥନ ଦେଉ ନାହାନ୍ତି ତାହାଲେ ବିଜେପିକୁ ସମର୍ଥନ କରନ୍ତୁ ବୋଲି ମୋଦି ପରୋକ୍ଷରେ ସଙ୍କେତ ଦେଇଥିବା ଚର୍ଚ୍ଚା ହେଉଛି। ଯଦି ଶିବସେନା ସହ କଂଗ୍ରେସ ମିଶି ସରକାର ଗଠନ କରିବାକୁ ଚାହୁଁଛି ତାହାଲେ ବିଜେପି ଏନ୍ସିପି ସହିତ ମିଶିବାରେ ଅସୁବିଧା ନାହିଁ ବୋଲି ଜାତୀୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।
Comments are closed.