ଏପରି କାମ କରି ପୁଣି ଟ୍ରୋଲର ଶିକାର ହେଲେ ରାନୁ
ମୁମ୍ବାଇ: ବଲିଉଡ୍ ରେ ଷ୍ଟାର ହେବା ଏତେଟା ସହଜ ହୋଇନଥାଏ । ହେଲେ ଏମିତି ଜଣେ ଷ୍ଟାର ଅଛନ୍ତି ଯିଏ ରାତାରାତି ଷ୍ଟାର ହୋଇଯାଇଥିଲେ । ସେ କେହି ନୁହଁ , ସେ ହେଲେ ରାନୁ ମଣ୍ଡଳ । ତାଙ୍କର ରେଲୱେ ଷ୍ଟେସନରୁ ବଲିଉଡ୍ ଯାତ୍ରା ଏକ ଅବିଶ୍ୱସନୀୟ ଯାତ୍ରା ଥିଲା । କାରଣ ସେ ଷ୍ଟେସନ୍ରେ ଗୀତ ଗାଇ ଭିକ୍ଷା ମାଗୁଥିଲେ ଏବଂ ଏ ଯାତ୍ରା ରାନୁଙ୍କ ପାଇଁ ସ୍ୱପ୍ନ ଥିଲା । ତାଙ୍କର ପ୍ରଥମ ଗୀତ ହେଲା ‘ତେରି ମେରି କାହାନୀ’ , ଏହି ଗୀତ ଟି ଭାଇରାଲ୍ ହେବାପରେ ଅନେକ ଦର୍ଶକ ଖୁବ୍ ପସନ୍ଦ କରିଥିଲେ ।
ବଲିଉଡ୍ ଗାୟକ ହିମେଶ୍ ରେଶମିୟା ତାଙ୍କୁ ଏହି ଗୀତଟିକୁ ଗାଇବା ପାଇଁ ଅଫର ଦେଇଥିଲେ । ରାନୁ ଅନେକ ପ୍ରଶଂସା ସାଉଁଟି ଥିଲେ କିନ୍ତୁ ତାଙ୍କର ବ୍ୟବହାର ଯୋଗୁଁ ସେ କିଛି ଦିନ ହେବ ଟ୍ରୋଲ୍ର ଶିକାର ହେଉଛନ୍ତି । କିଛି ଦିନ ତଳେ ରାନୁଙ୍କୁ ଜଣେ ସେଲଫି ନେବା ପାଇଁ କହି ଛୁଇଁ ଥିବାରୁ ସେ ମହିଳା ଜଣଙ୍କୁ ରାଗି ଯାଇଥିଲେ । ଯେଉଁଥିପାଇଁ ରାନୁଙ୍କ ପ୍ରଶଂସକ ମାନେ ତାଙ୍କୁ ଟିକେ ବ୍ୟବହାର ଶିଖନ୍ତୁ ବୋଲି ପରାମର୍ଶ ଦେଇଥିଲେ ।
ବର୍ତ୍ତମାନ ରାନୁଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ରାନୁଙ୍କୁ ରାମ୍ପରେ ମେକଅପ୍ ନେଇ ଚାଲିବାର ଦେଖିବାକୁ ମିଳିଛି। ସେ ସୁନ୍ଦର ଲେହେଙ୍ଗା ପିନ୍ଧି ମେକଅପ୍ ନେଇ ଥିଲେ । ଏଭଳି ଗେଟ୍ଅପ୍ରେ ସେ ଗୋଟେ ଇଭେଣ୍ଟକୁ ଯାଇଥିଲେ । କିନ୍ତୁ ଦର୍ଶକ ତାଙ୍କ ଲୁକ୍ କୁ ଆଦୌ ପସନ୍ଦ ଆସିନଥିଲା । ଦର୍ଶକମାନେ ତାଙ୍କୁ ଜୋକର, ଆଶୀର୍ବାଦ ଅଟା, ବ୍ୟାଟ୍ ମ୍ୟାନ୍, ଅନେକ କଥା କହି ଟ୍ରୋଲ୍ କରିଛନ୍ତି।
Comments are closed.