ସ୍ମିତାରାଣୀ ଘଟଣାକୁ ଚାପୁଛି କିଏ: ପ୍ରଦୀପ୍ତ
ଭୁବନେଶ୍ବର: କିଛି ଦିନ ହେବ ବହୁ ହଟଗୋଳ ମଧ୍ୟ ଦେଇ ବିଧାନସଭାରେ ଶୀତ କାଳିନଅଧିବେଶ ଜାରି ରହିଥିବା ବେଳେ ଆଜି ବିଧାନସଭାରେ ସ୍ମିତାରାଣୀ ମାମଲାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧି ଦଳର ନେତା ପ୍ରଦିପ୍ତ ନାୟକ। ତାଙ୍କ କହିବା ଅନୁଯାୟୀ ସ୍ମିତାରାଣୀ ମାମଲାକୁ ଚପାଇ ଦିଆଯାଉଛି। ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ବାଦ ଦିଆଯାଇଛି। ତେବେ କାହା ନିର୍ଦ୍ଦେଶରେ ଏପରି କରାଯାଉଛି। ତାହା ଅସ୍ପଷ୍ଟ ଥିବା ବେଳେ ସେ ଆହୁରି ମଧ୍ୟ କହିଛନ୍ତି ଏହି ଘଟଣାରେ ୩୦୬ ନୁହେଁ ବରଂ ୩୦୨ ଦଫାରେ ମାମଲା ରୁଜୁ କରାଯିବା ଦରକାର। ତେବେ ପ୍ରଦିପ୍ତଙ୍କ ଏପରି ପ୍ରତିକ୍ରିୟାର ପ୍ରତି ଉତ୍ତରରେ ହଟିବ ସ୍ମିତାରାଣୀ ଘଟଣା ଉପରୁ ପରଦା ନା ଜାରି ରହିବ ପ୍ରଶ୍ନବାଚୀ? ତାହା ଜାଣିବାକୁ ବାକି ରହିଲା।
Comments are closed.