Odisha Link
Bridging the Missing Links in Odisha

ନବୀନ-କମଲ ସାକ୍ଷାତକାର, କମଲ କହିଲେ ଓଡ଼ିଶାର..

ଭୁବନେଶ୍ୱର: ଅଭିନେତାରୁ ରାଜନେତା ହୋଇଥିବା କମଲ ହାସନ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଆଜି ଅପରାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବା ସହ ଆଲୋଚନା କରିଛନ୍ତି। MNM ଅଧ୍ୟକ୍ଷ କମଲ୍ ହାସନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପ୍ରତିକ୍ରିୟା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୀତିକ ଜୀବନ ପ୍ରେରଣାଦାୟୀ । ତାଙ୍କ ରାଜନୀତିକ ଜୀବନକୁ ଅତି ପାଖରୁ ଦେଖି ଆନନ୍ଦିତ ହୋଇଛି। ସେ ମୁଖ୍ୟମନ୍ତ୍ରୀଙ୍କଠାରୁ ତାଙ୍କର ରାଜୀନିକ ଭବିଷ୍ୟତ ସଂପର୍କରେ ବହୁ ପରାମର୍ଶ ନେଇଥିବା କହିଥିଲେ। ଏକ ଭଲ ତାମିଲନାଡୁ ଗଠନରେ ଏବଂ ଅଣ ଦୁର୍ନୀତିଗ୍ରସ୍ତଙ୍କୁ ନେଇ ସେ ଆଗକୁ କାମ କରିବେ ବୋଲି କମଲ ହାସନ କହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, କମଲ ହାସନଙ୍କ ରାଜନୀତିକ ଜୀବନ ଉପରେ ଆଲୋଚନା ହେଲା। ତାଙ୍କର ବର୍ତ୍ତମାନର ଫିଲ୍ମ କ୍ୟାରିଅର ସଂପର୍କରେ ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଲେ। ତେବେ କମଲଙ୍କୁ ବାରମ୍ୱାର ଓଡ଼ିଶା ଆସିବାକୁ ନିମନ୍ତ୍ରଣ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାର କୋଣାର୍କ ଓ ଚିଲିକା ଭଳି ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ପରାମର୍ଶ ଦେଇଛନ୍ତି ।

Comments are closed.