ସ୍ବଚ୍ଛତା ପାଇଁ ଟୋକନ ବ୍ୟବସ୍ଥା : ଖାଦ୍ୟ ଯୋଗଣ ମନ୍ତ୍ରୀ

ଭୁବନେଶ୍ବର: ଟୋକନ ବ୍ୟବସ୍ଥା ବିରୋଧରେ ଚାଷୀ ଆନ୍ଦୋଳନ ଓ ଗୃହରେ ତାତି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ। ଗୃହ ବାହାରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଧାନ ବିକ୍ରି ହେବ, ଚାଷୀ ଧାନ ଦେବେ, ଆଉ ଉଚିତ ମୂଲ୍ୟ ମଧ୍ୟ ପାଇବେ। ଘଟଣା ସମ୍ପର୍କରେ ସରକାର ସଜାଗ ଅଛନ୍ତି। ଘଟଣା ଉପରେ ନଜର ରଖିଛନ୍ତି। ଚଷୀଙ୍କ ସ୍ବାର୍ଥ ପାଇଁ ଯାହା ଆବଶ୍ୟକ କରାଯିବ। ଧାନକିଣାରେ ସ୍ବଚ୍ଛତା ପାଇଁ ଟୋକନ ବ୍ୟବସ୍ଥା କରାଯାଇଛି। ଏହାଦ୍ବାରା ଧାନ କିଣାରେ ସୁବିଧା ସହ ଚାଷୀଙ୍କୁ ଆଗୁଆ ସୂଚନା ଦେଇହେଉଛି। ଏକ ସେକେଣ୍ଡରେ ଟେକ୍ନୋଲୋଜି ଦ୍ବାରା ଚାଷୀଙ୍କ ନିକଟରେ ପାହଞ୍ଚି ପାରୁଛୁ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।
ପ୍ରକାଶ ଯେ, ଧାନ କିଣାକୁ ନେଇ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକମାନେ ଗୃହରେ ହଟ୍ଟଗୋଳ କରିଛନ୍ତି। କଂଗ୍ରେସର ହଟ୍ଟଗୋଳ ଯୋଗୁଁ ଗୃହ ଅଚଳ ହୋଇପଡ଼ିଛି। ଅପରପକ୍ଷରେ ବିଜେପି ବିଧାୟକମାନେ ମଧ୍ୟ ନିଜ ଦାବିରେ ଅଡ଼ି ବସିଛନ୍ତି ।
Comments are closed.