Odisha Link
Bridging the Missing Links in Odisha

ଯାତ୍ରୀବାହୀ ବସ-ଟ୍ରକ ମୁହାଁମୁହିଁ ଧକ୍କା

ରାଜସ୍ଥାନ: ରାଜସ୍ଥାନରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ ଦୁର୍ଘଟଣା ହେବା କାରଣରୁ ଘଟଣା ସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଏହି ଦୁର୍ଘଟଣାରେ ୨୫ ଜଣ ଆହତ ହୋଇଥିବା ମଧ୍ୟ ଜଣାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ବିକାନୀର ଜିଲ୍ଲା ଶ୍ରୀଡୁଙ୍ଗରଗଡ ଦେଇ ଯାଇଥିବା ୧୧ନମ୍ବର ଜାତୀୟ ରାଜପଥରେ ଏକ ବସ ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ତେବେ ଉଭୟ ଗାଡିର ବେଗ ଅଧିକ ଥିବା କୁହାଯାଉଛି। ଉଭୟ ବସ ଓ ଟ୍ରକ ରାସ୍ତା ଉପରେ ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରେ ହିଁ ୧୦ଜଣ ବସଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ଖବରପାଇ ପୁଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତି କରିଥିଲେ। ଏବେ ବି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାଯାଇଛି।

Comments are closed.