Odisha Link
Bridging the Missing Links in Odisha

ବିପଦରେ ପଡିଗଲେ ବିଗ୍‌ ବି’ !

ମୁମ୍ବାଇ : ବଲିଉଡ଼ର ବିଗ୍ ବି ଅମିତାଭ ବଚ୍ଚନ ନିଜର ଅଭିନୟର ଯାଦୁ ସମସ୍ତଙ୍କୁ ବାନ୍ଧି ଦେଇଛନ୍ତି । ଅନେକ ସଫଳ ଓ ଅସଫଳର ରାସ୍ତାରେ ପାଦଦେଇ ଆଜି ସେ ଜଣେ ସୁନାମ ଧନ୍ୟ ଅଭିନେତା ପାଲଟି ପାରିଛନ୍ତି ।

ସେ ଏବେ ଗୋଟେ ବଡ଼ ବିପଦରେ ପଡ଼ିଯାଇଛନ୍ତି । ସିନେମା ଝୁଣ୍ଡ ରିଲଜ ହେବା ପୂର୍ବରୁ ବିବାଦରେ ଫସିଯାଇଛନ୍ତି ବିଗ ବି । କପିରାଇଟ୍‌ ଉଲ୍ଲଙ୍ଘନ କରିଥିବାର ସଙ୍ଗୀନ ଅଭିଯୋଗ ଲାଗିଛି ସେହି ସିନେମାରେ । ସେଥିପାଇଁ  ସିନେମାର ନିର୍ମାତା ଓ ବଚ୍ଚନଙ୍କୁ କୋର୍ଟ ଲିଗାଲ୍‌ ନୋଟିସ୍‌ ପଠାଯାଇଛି । ନିର୍ଦ୍ଦେଶକ ନନ୍ଦି ଚିନ୍ନି କୁମାର୍ କପିରାଇଟ୍‌ ଉଲଙ୍ଗନ ମାମଲାରେ ‘ଝୁଣ୍ଡ୍’ ସିନେମାର ନିର୍ଦ୍ଦେଶକ ନାଗରାଜ ମଜୁଲେ ନିର୍ମାତା କୃଷ୍ଣ କୁମାର, ଟି-ସିରିଜ୍‌ର ମାଲିକ ଭୂଷଣ କୁମାର୍, ଅଭିନେତା ଅମିତାଭ ବଚ୍ଚନ ଓ ଏନ୍‌ଜଜିଓ ସ୍ଲମ ସକୋର୍‌ର ପ୍ରତିଷ୍ଠାତା ବିଜୟ ବରସେଣୀଙ୍କ ନାରେ ଲିଗାଲ୍‌ ନୋଟିସ୍‌ ପଠେଇଛନ୍ତି।

ନନ୍ଦିଙ୍କ କହିଥିଲେ ସେ ୨୦୧୭ରେ ବସ୍ତିର ଜଣେ ଫୁଟବଲ୍‌ ଖେଳାଳୀ ଅଖିଳେଶ ପଲ୍‌ଙ୍କ ଜୀବନ ଉପରେ ଫିଲ୍ମ ତିଆରି କରିବାର ଅଧିକାର କିଣିଥିଲେ। ଯିଏ କି ହୋମ୍‌ଲେସ୍ ୱାର୍ଲ୍ଡ କପ୍‌ର କ୍ୟାପ୍ଟେନ୍‌ ଥିଲେ। ଏହାପରେ ସେ ଅଖିଳେଶଙ୍କ ଜୀବନୀ ଉପରେ ଆଧାରିତ ବହୁଭାଷୀ ସିନେମା ‘ସ୍ଲମ ସକୋର୍’ ଲେଖିବା ଓ ନିର୍ଦ୍ଦେଶନା ଦେବାର ଯୋଜନା କରିଥିଲେ। ୨୦୧୮ ଜୁନ୍ ୧୧ରେ ତେଲେଙ୍ଗାନା ସିନେମା ରାଇଟର୍‌ ଆସୋସିଏସନ୍‌ରେ ସେ ଏହାର ସ୍କ୍ରିପ୍ଟ ପଞ୍ଜିକରଣ ମଧ୍ୟ କରିଥିଲେ।

ଏନ୍‌ଜଜିଓ ସ୍ଲମ ସକୋର୍‌ର ପ୍ରତିଷ୍ଠାତା ବିଜୟ ବରସେଙ୍କ ଉପରେ ସିନେମା ତିଆରି କରିବାର ରାଇଟ୍ସ କିଣିଛନ୍ତି ଯିଏ କି ଅଖିଳେଶଙ୍କ ଗୁରୁ ଅଟନ୍ତି ବୋଲି ନାଗରାଜ ମଜୁଲେ କହିଥିଲେ । ଯାହାଫଳରେ ଦୁହିଁଙ୍କ ସିନେମାର କାହାଣୀ ସମାନ ହୋଇଯାଇଛି । ନାଗରାଜ ମଜୁଲେ କୌଣସି ରାଇଟ୍ସ କିଣିନାହାଁନ୍ତି ବୋଲି ନନ୍ଦି ଅଭିଯୋଗ କରିଛନ୍ତି ।

Comments are closed.