Odisha Link
Bridging the Missing Links in Odisha

ହାତୀ ଆକ୍ରମଣରେ ଜଣେ ମୃତ

କାମାକ୍ଷାନଗର: ଢେଙ୍କାନାଳ ମହବିରୋଡ଼ ରେଞ୍ଜ ଅଧୀନରେ ଥିବା ଗଡ଼ପଳାଶୁଣି ଗ୍ରାମ ଗୁଡ଼ିଆନାଳୀ ନିକଟରେ ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ମହାବିରୋଡ଼ ରେଞ୍ଜର ଅଧିକାରୀ ପହଞ୍ଚି ମୃତକଙ୍କ ପରିବାରକୁ ଭେଟିଛନ୍ତି।
ମିଳିଥିବା ସୂଚନା ଅନୁସାରେ ଗଡ଼ପଳାଶୁଣି ଗ୍ରାମ ଗୁଡ଼ିଆନାଳୀ ନିକଟରେ ଦନ୍ତା ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ପରଜଙ୍ଗ ଥାନା ଗଡପଳାଶୁଣି ଗାଁର ନାରାୟଣ ନାଏକ।। ନାରାୟଣ ବିଳମ୍ବିତ ରାତିରେ ଗାଁର କିଛି ଲୋକଙ୍କ ସହ ମିଶି ଧାନ ଫସଲ ଜଗି ଥିବା ବେଳେ ଏକ ହାତୀ ପଲ ଚାଷ ଜମିକୁ ମାଡି ଆସିଥିଲେ। ଏକ ଦନ୍ତାହାତୀ ନାରାୟଣଙ୍କୁ କଚାଡି ଫୋପାଡିଦେଇଥିଲା, ସେଠାରୁ ତାଙ୍କୁ ଉଦ୍ଧାର କରି ପ୍ରଥମେ ପରଜଙ୍ଗ ଓ ପରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। କାମାକ୍ଷାନଗର ମେଡିକାଲରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଖବର ପାଇ ମହାବିରରୋଡ ରେଞ୍ଜର ସୁବ୍ରତ ବେହେରା ନାରାୟଣଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି।

Comments are closed.