Odisha Link
Bridging the Missing Links in Odisha

ସୂଚନା ଓ ଲୋକସଂପର୍କ ବିଭାଗ ଶାସନ ସଚିବଙ୍କ ଓଡ଼ିଶା ମଣ୍ଡପ ପରିଦର୍ଶନ

ନୂଆଦିଲ୍ଲୀ : ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ପଞ୍ଚମ ଦିନରେ ପହଞ୍ଚିଛି । ଆଜି ଓଡ଼ିଶାର ସୂଚନା ଓ ଲୋକସଂ ପର୍କ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ସଂଜୟ କୁମାର ସିଂ ଓଡ଼ିଶା ମଣ୍ଡପ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ଯୁଗ୍ମ ନିର୍ଦ୍ଦେଶକ ବିପିନ ବିହାରୀ ବାରିକି ଏବଂ ମଣ୍ଡପର ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ନାୟକ ମଣ୍ଡପ ସଂପର୍କରେ ଶାସନ ସଚିବ ସିଂଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ପରେ ଶାସନ ସଚିବ ସିଂ ଅନ୍ୟ ରାଜ୍ୟର ମଣ୍ଡପ ବୁଲି ଦେଖିବା ସହ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ସଂସ୍ଥା କାର୍ଯ୍ୟାଳୟ ଯାଇ ଉଚ୍ଚ ପଦସ୍ଥ ଅଧୀକାରୀଙ୍କ ସହ ମଣ୍ଡପ ସଂପର୍କରେ ଆଲୋଚନା କରିଥିଲେ । ପ୍ରକାଶ ଥାଉ କି ଚଳିତ ବର୍ଷର ବିଷୟବସ୍ତୁ ‘ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜିନେସ୍‌’ ରହିଛି ।

ସେହି ଅନୁଯାୟୀ ମଣ୍ଡ ପକୁ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି । ନଭେଞ୍ଚର ୨୧ ତାରିଖ ଦିନ ପ୍ରଗତି ମଇଦାନର ହଂସଧ୍ବନି ଥିଏଟରରେ ଓଡ଼ିଶା ଦିବସ ପାଳନ କରାଯିବ । ଏଥିରେ ଓଡ଼ିଶାର ସ୍ୱନାମଧନ୍ୟ ସାଂସ୍କୃତିକ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ।

Comments are closed.