Odisha Link
Bridging the Missing Links in Odisha

ଅନ୍ତର୍ଜାତୀୟ ପୁରୁଷ ଦିବସ

ଭୁବନେଶ୍ବର: ସମାଜରେ ପୁରୁଷ ମାନଙ୍କୁ ସମାନ ଅଧିକାର, ସମ୍ମାନ ଓ ନିର୍ଯ୍ୟାତନାର ଶିକାରରୁ ରକ୍ଷା କରିବା ନିମନ୍ତେ ପ୍ରତି ବର୍ଷ ନଭେମ୍ବର ୧୯କୁ ଅନ୍ତର୍ଜାତୀୟ ପୁରୁଷ ଦିବସ ଭାବେ ପାଳନ କରାଯାଉଛି। ପୁରୁଷ ଦିବସ ମୁଖ୍ୟତଃ ଭାରତରେ କେବଳ କାଗଜ ପତ୍ରରେ ସୀମିତ। ୧୯୯୮ରେ ତ୍ରିନିଦାଦ ଓ ଟୋବାଗୋ ଦେଶରେ ପ୍ରଥମ ଥର ପାଇଁ ଉକ୍ତ ଦିବସ ପାଳନ କରାଯାଇ ଥିଲା। ଡା. ଜୀରୋମ ତିଲକସିଂହ ତାଙ୍କ ଜୀବନ କାଳରେ ପୁରୁଷଙ୍କ ଅବଦାନକୁ ନେଇ ପ୍ରଚାର କରିଥିଲେ। ଏହାକୁ ଦୃଷ୍ଟିରେ ରଖି ତାଙ୍କ ପିତାଙ୍କ ଜନ୍ମଦିନକୁ ବିଶ୍ୱ ପୁରୁଷ ଦିବସ ଭାବେ ପାଳନ କରାଯାଉଛି। ଅନ୍ତର୍ଜତୀୟ ମେନ୍ସ ଡେ’ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ମହିଳାଙ୍କଠାରୁ ୩ଗୁଣା ପୁରୁଷ ଆତ୍ମହତ୍ୟା କରୁଛନ୍ତି। ପ୍ରତି ୩ଜଣଙ୍କ ମଧ୍ୟରୁ ଜଣେ ପୁରୁଷ ଘରୋଇ ହିଂସାର ଶିକାର ହେଉଛନ୍ତି। ମହିଳାଙ୍କ ଅପେକ୍ଷା ଦ୍ୱିଗୁଣ ପରିମାଣରେ ପୁରୁଷ ହୃଦଘାତରେ ଆକ୍ରାନ୍ତ ହେଉଛନ୍ତି।

ଭାରତରେ ସର୍ବପ୍ରଥମେ ୨୦୦୭ରେ ଅନ୍ତଃରାଷ୍ଟ୍ରୀୟ ପୁରୁଷ ଦିବସ ପାଳନ କରାଯାଇ ଥିଲା। ପୁରୁଷଙ୍କ ଅଧିକାରକୁ ନେଇ ସକ୍ରିୟ ସଂସ୍ଥା “ସେଭ ଇଣ୍ଡିଆନ ଫ୍ୟାମିଲି’ ସର୍ବପ୍ରଥମେ ଏହି ଦିବସକୁ ଭାରତରେ ପାଳନ କରିଥିଲା। ପରବର୍ତ୍ତୀ ସମୟରେ “ଅଲ ଇଣ୍ଡିଆ ମେନ୍ସ ଆସୋସିଏସନ’ ଭାରତ ସରକାରଙ୍କୁ ମହିଳା ବିକାଶ ମନ୍ତ୍ରଣାଳୟ ପରି ପୁରୁଷ ବିକାଶ ମନ୍ତ୍ରଣାଳୟ ନିର୍ମାଣ ପାଇଁ ଦାବି କରିଥିଲା। ଅର୍ନ୍ତଜାତୀୟ ମେନ୍ସ ଡେ’ ରେ ଚଳିତ ବର୍ଷ “ପଜିଟିଭ ମେଲ ରୋଲ ମଡ଼େଲ’ ଥିମ୍‌ ନେଇ ପାଳନ କରାଯାଉଛି। ଅର୍ଥାତ୍‌ ଜଣେ ଏଭଳି ବ୍ୟକ୍ତିତ୍ୱ ଯାହାର ଅବଦାନ ସମାଜ ପାଇଁ ଉତ୍ସର୍ଗୀକୃତ ଅଟେ। ଆଜିର ଦିନ ଏଭଳି ବ୍ୟକ୍ତିଙ୍କ ପାଇଁ ସମର୍ପିତ।

Comments are closed.