ବଳିଆ ପାଇଁ ପୋଢୁଆଁ ଭାର

ପୁରୀ: ଆସନ୍ତାକାଲି ପବିତ୍ର ପ୍ରଥମାଷ୍ଟମୀ। ଓଡିଆ ଘରର ପ୍ରଥା ଓ ପରମ୍ପରା ଅନୁସାରେ ମାମୁ ଘରୁ ପ୍ରଥମାଷ୍ଟମୀରେ ପୋଢ଼ୁଆଁ ଭାର ଆସିଥାଏ। କାଲି ପ୍ରଥମାଷ୍ଟମୀରେ ପୋଢ଼ୁଆଁ ହେବେ ମହାପ୍ରଭୁ ବଳଭଦ୍ର। ଏଥି ନିମନ୍ତେ ଆଜି ନିଆଳି ପ୍ରାଚୀ ନଦୀ ତଟ ମାଧବାନନ୍ଦ ମନ୍ଦିରରୁ ଶ୍ରୀମନ୍ଦିରକୁ ପୋଢ଼ୁଆଁ ଭାର ପଠାଯାଇଛି। ବିଶ୍ୱାସ ରହିଛି ଯେ ମାଧବାନନ୍ଦ ମନ୍ଦିର ହେଉଛି ମହା ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରାଙ୍କ ମାମୁଘର।
ଏନେଇ ନିର୍ଦ୍ଦିଷ୍ଟ ଭାବେ କୌଣସି ପୌରାଣିକ ପ୍ରମାଣ ନଥିଲେ ମଧ୍ୟ ଲୋକ ବିଶ୍ୱାସରୁ କାହିଁ କେଉଁ କାଳରୁ ପୋଢୁଆଁ ଭାର ଯାଉଥିଲା। ଏଇ ପରମ୍ପରାକୁ ପୁନର୍ଜୀବିତ ରଖିବା ଉଦ୍ଦେଶ୍ୟରେ ମାଧବ ମନ୍ଦିର ଟ୍ରଷ୍ଟ, ନିଯୋଗ ଓ ସ୍ଥାନୀୟ ଅଞ୍ଚଳବାସୀ ବଳଭଦ୍ରଙ୍କୁ ପୋଢୁଆଁ କରିବାକୁ ୭ ଖଣ୍ଡ ପାଟ, ୭ ଖଣ୍ଡ ଖଣ୍ଡୁଆ, ପିଠା, ଫଳମୂଳ ଭାର ଧରି ଏକ ବିରାଟ ସଂକୀର୍ତ୍ତନ ଶୋଭାଯାତ୍ରାରେ ଶ୍ରୀମନ୍ଦିର ଯାଇଛନ୍ତି।
Comments are closed.