Odisha Link
Bridging the Missing Links in Odisha

ଡିସେମ୍ବର ୧୩ରେ ଭୁବନେଶ୍ବରରେ ରିଜର୍ଭ ବ୍ୟାଙ୍କ୍‌ ବୋର୍ଡ ବୈଠକ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଡିସେମ୍ବର ୧୩ ତାରିଖରେ ରିଜର୍ଭ ବ୍ୟାଙ୍କ୍‌ (ଆର୍‌ବିଆଇ)ର କେନ୍ଦ୍ରୀୟ ବୋର୍ଡ ବୈଠକ ହେବ। ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ବ୍ୟାଙ୍କ ଜମା ରାଶି ବୀମା ସୀମାରେ ବୃଦ୍ଧି ସହ ଅନେକ ଗୁରୁତ୍ବପୂର୍ଣ୍ଣ ଦିଗରେ ନିଷ୍ପତ୍ତି ନିଆଯିବ। ରିଜର୍ଭ ବ୍ୟାଙ୍କ ଖାତାଧାରୀଙ୍କୁ ସେମାନଙ୍କ ଜମା ରାଶି ଉପରେ ମିଳୁଥିବା ବୀମା ଗ୍ୟାରେଣ୍ଟି ସୀମାକୁ କେନ୍ଦୀୟ ବ୍ୟାଙ୍କ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାର ସମ୍ଭାବନା ରହିଛି।

ପଞ୍ଜାବ ଏବଂ ମହାରାଷ୍ଟ୍ର ସମବାୟ (ପିଏମ୍‌ସି) ବ୍ୟାଙ୍କ ଭଳି ବ୍ୟାଙ୍କ ଗୁଡିକରେ ହେଉଥିବା ଆର୍ଥିକ ଦୁର୍ନୀତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବ୍ୟାଙ୍କ ଖାତାଧାରୀଙ୍କୁ ସେମାନଙ୍କ ଜମା ଅର୍ଥ ସୀମା ଉପରେ ମିଳୁଥିବା ଗ୍ୟାରେଣ୍ଟି ସୀମା ବା ବୀମା କଭରରେ ବୃଦ୍ଧି କରିବାକୁ ବିଚାର କରୁଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଜମା ରାଶି ଉପରେ ଗ୍ୟାରାଣ୍ଟି ଅର୍ଥ ସୀମା ୧ ଲକ୍ଷ ଟଙ୍କା ଥିଲାବେଳେ ଏହାକୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ୫ ଲକ୍ଷ ଟଙ୍କା କରିବାକୁ ବିଚାର କରୁଛି।

Comments are closed.