ରେଲୱେ ଷ୍ଟେସନରେ ସେଗ୍ ୱେ ପାଟ୍ରୋଲିଂ ସିଷ୍ଟମର ଶୁଭାରମ୍ଭ

ଭୁବନେଶ୍ବର: ଭୁବନେଶ୍ବର ରେଲୱେ ଷ୍ଟେସନରେ ଆରମ୍ଭ ହେଲା ସେଗ୍ ୱେ ପାଟ୍ରୋଲିଂ ସିଷ୍ଟମ। ପ୍ରଥମ ଥର ପାଇଁ ଓଡିଶାରେ ଏଭଳି ବ୍ୟବସ୍ଥା ଆରମ୍ଭ ହୋଇଛି। ସୁରକ୍ଷା ବ୍ୟବସ୍ଥା ଯାଞ୍ଚରେ ଏହା ସହାୟକ ହେବ।
ଏହାର ଶୁଭାରମ୍ଭ ଇଷ୍ଟକୋଷ୍ଟ ରେଲୱେର ଜେନେରାଲ ମ୍ୟାନେଜର କରିଥିବା ବେଳେ ତାଙ୍କ ସହ ରେଲୱେ ଚିଫ୍ ସିକ୍ୟୁରିଟି ଅଫିସର, ଖୋର୍ଦ୍ଧା ଡିଆର୍ଏମ ପ୍ରମୁଖ ଉପସ୍ଥିତ ଥିଲେ। ସେଗ୍ ୱେ ପାଟ୍ରୋଲିଂ ଦ୍ବାରା ରେଲୱେ ଷ୍ଟେସନର ସୁରକ୍ଷା ଯାଞ୍ଚରେ ସହାୟକ ହୋଇପାରିବ। ପୂର୍ବରୁ ବିଶାଖାପାଟଣାରେ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଥିଲା।
Comments are closed.