Odisha Link
Bridging the Missing Links in Odisha

ମିଳିତ ଜାତିସଂଘ ଶିଶୁ ଅଧିକାର ସମ୍ମିଳନୀ

ଭୁବନେଶ୍ୱର : ଶିଶୁମାନେ ଦେଶର ଅମୂଲ୍ୟ ସଂପଦ ଓ ଭବିଷ୍ୟତ । ସେମାନଙ୍କର ସୁରକ୍ଷା ଅଧିକାର ଏବଂ ପରି ପୂର୍ଣ୍ଣ ବିକାଶ ଉପରେ ଗୁରୁତ୍ୱାରୋ ପ କରାଯିବା ଜରୁରୀ । ଏହି ପରି ପ୍ରେକ୍ଷୀରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ମିଳିତ ଜାତିସଂଘ ଶିଶୁ ଅଧିକାର ସମ୍ମିଳନୀ ସପ୍ତାହ (ନଭେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ) ପ୍ରତିବର୍ଷ ପାଳିତ ହୋଇଆସୁଛି ।

ଏହି ଅବସରରେ ଆଜି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, ଅନ୍ତରାଷ୍ଟ୍ରୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେଭ୍‌ ଦି ଚିଲ୍‌ଡ୍ରେନ୍‌ ଏବଂ ଓ୍ୱାଲର୍ଡ ଭିଜନର ମିଳିତ ଆନୁକୂଲ୍ୟରେ ଶିଶୁ ଅଧିକାର ସୁରକ୍ଷା ସଞ୍ଚନ୍ଧୀୟ ସଚେତନତା ଅଭିନ ମାଷ୍ଟରକ୍ୟାଣ୍ଟିନ୍‌ ଛକଠାରେ ଅନୁଷ୍ଠିତ ହୋଇଯାଇଛି । ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଏହି ଅଭିଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିବା ଏହି ଅଭିଯାନଟି ମାଷ୍ଟର କ୍ୟାଣ୍ଟିନ୍‌ ଛକରୁ ଆରମ୍ଭ ହୋଇ ଜୟଦେବ ଭବନଠାରେ ଶେଷ ହୋଇଥିଲା । ପରେ ପରେ ଜୟଦେବ ଭବନଠାରେ ଅନୁଷ୍ଠିତ ସଭାରେ ବରିଷ୍ଠ ଅତିଥି ଅରୂପ ପଟ୍ଟନାୟକ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଲେ ଯେ ସମାଜର ପ୍ରତିସ୍ତରରେ ଶିଶୁମାନେ ଶୋଷିତ ହେଉଛନ୍ତି । ସେମାନଙ୍କ ସୁରକ୍ଷା ଦିଗରେ ସଚେତନ ନାଗରିକମାନେ ଦୃଢ଼ ସ୍ୱର ଉତ୍ତୋଳନ କରିବା ଜରୁରୀ ହୋଇ ପଡ଼ିଛି ।

ଶିଶୁ ସୁରକ୍ଷା ଆୟୋଗ ଏ ଦିଗରେ ବିଭିନ୍ନ ପଦକ୍ଷେ ପ ନେଇ ଶିଶୁମାନଙ୍କୁ ସେମାନଙ୍କର ନ୍ୟାୟୋଚିତ ଅଧିକାର ପ୍ରଦାନ କରିବା ଦିଗରେ କାର୍ଯ୍ୟକରୁଛି । ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ ରାଜ୍ୟରେ ଶିଶୁଯୌନ ନିର୍ଯ୍ୟାତନାକୁ ସମାପ୍ତ କରାଯିବା ଉପରେ ଦୃଢ଼ ପଦକ୍ଷେ ପ ନିଆଯିବା ଆବଶ୍ୟକ ବୋଲି କହିବା ସହ ‘ନିରବତା ଭାଙ୍ଗିବା, ଶିଶୁ ଯୌନ ନିର୍ଯ୍ୟାତନା ସମାପ୍ତ କରିବା’ ଆଜିର ଆହ୍ୱାନ ଓ ଏହା କାର୍ଯ୍ୟରେ କିପରି ରୂପାୟିତ ହୋଇ ପାରିବ ସେ ଦିଗରେ ଦେଓ ଗୁରୁତ୍ୱ ଆରୋପ କରିଥିଲେ ।

ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଲେ ଯେ ମିଳିତ ଜାତିସଂଘ ଘୋଷଣାନାମା ଅନୁସାରେ ଶିଶୁମାନଙ୍କର ଅଧିକାରକୁ ମୁଖ୍ୟତଃ ୪ଟି ଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଉଛି ବଞ୍ଚିବାର ଅଧିକାର, ସୁରକ୍ଷାର ଅଧିକାର, ବିକାଶର ଅଧିକାର ଓ ଅଂଶଗ୍ରହଣ କରିବାର ଅଧିକାର । ଏସବୁ ଅଧିକାରଗୁଡ଼ିକୁ ସୁରକ୍ଷା ଦେବା ଦିଗରେ ଓଡ଼ିଶା ସର୍ବଦା କାର୍ଯ୍ୟରତ ବୋଲି ସେ କହିଥିଲେ । ଏହି ଅବସରରେ ‘ମିଳିତ ଜାତିସଂଘ ସେ୍ୱଚ୍ଛାସେବୀ’ ପୁରସ୍କାର ପ୍ରାପ୍ତ ଝିଲିମା ଉପସ୍ଥିତ ଥିଲେ ।

ଶିଶୁ ଅଧିକାରୀ ଓ ଶିଶୁମାନଙ୍କ ପ୍ରତି ଯୌନ ନିର୍ଯ୍ୟାତନାକୁ ସଂପୂର୍ଣ୍ଣ ବିଲୋପ କରିବା ଦିଗରେ ଏକ ଶପଥ ଗ୍ରହଣ କରାଯାଇଥିଲା । ଅତିଥିମାନେ ଏହି ଅଭିଯାନ ସଂପର୍କିତ ଏକ ପୋଷ୍ଟର ମଧ୍ୟ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି, ବୁଦ୍ଧିଜୀବୀ, ଗଣମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ୧୯୮୯ ମସିହାରେ ଅନୁଷ୍ଠିତ ହୋଇଥିବା ମିଳିତ ଶିଶୁ ଅଧିକାର ସମ୍ମିଳନୀରେ ଗୃହୀତ ଘୋଷଣାନାମାକୁ ଭାରତବର୍ଷ ୧୯୯୨ ମସିହା ଡିସେଞ୍ଚର ୧୧ ତାରିଖରେ ଅଙ୍ଗୀକାର ପୂର୍ବକ ସ୍ୱାକ୍ଷର କରିଥିଲେ ।

Comments are closed.