ରାଜଧାନୀରେ ତାତିଲେ ଚାଷୀ

ଭୁବନେଶ୍ଵର: ଟୋକନ ବ୍ୟବସ୍ଥା ବିରୋଧରେ ଆଜି ଗୋଡଭଗା ଛକରେ ରାସ୍ତାରେ ଧାନବସ୍ତା ରଖି ପଶ୍ଚିମ ଓଡିଶା ଚାଷୀ ରାସ୍ତା ଅବରୋଧ କରିଥିବା ବେଳେ ରାଜଧାନୀରେ ଏହାକୁ ମଧ୍ୟ ତୀବ୍ର ବିରୋଧ କରାଯାଇଛି। ଟୋକନ ବ୍ୟବସ୍ଥାକୁ ବିରୋଧ କରି ରାଜଧାନୀରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ରାଲି କରାଯାଇଛି। ସଙ୍ଗଠନର ଚାଷୀମାନେ ପିଏମଜିରୁ ବାହାରି ନବୀନ ନିବାସ ଅଭିମୁଖେ ଶୋଭାଯାତ୍ରା କରିଛନ୍ତି। ଏହି ସମୟରେ ପୁଲିସ ସେମାନଙ୍କୁ ବାଧା ଦେବାରୁ ଶିଶୁଭବନ ଛକରେ ନବ ନିର୍ମାଣ କୃଷକ ସଙ୍ଗଠନର ଚାଷୀ ଏବଂ ପୋଲିସ ମୁହାଁମୁହିଁ ହୋଇଛନ୍ତି। ଏହି ଅବସରରେ ପୁଲିସ ଚାଷୀ ନେତା ଅକ୍ଷୟ କୁମାର ଓ ଶେଷଦେବ ନନ୍ଦଙ୍କୁ ଅଟକ ରଖିଛି।
Comments are closed.