Odisha Link
Bridging the Missing Links in Odisha

ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ ପାଇଁ ଘୋଷଣା ହେଲା ଟିମ୍‌ ଇଣ୍ଡିଆ, ମାହିଙ୍କୁ..

ନୂଆଦିଲ୍ଲୀ: ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ଓ ଟି-୨୦ ସରିଜ୍‌ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି। ଆସନ୍ତା ଡିସେମ୍ବର ମାସରେ ଏହି ସିରିଜ୍‌ ଖେଳାଯିବ। ଆଜି ଘୋଷିତ ହୋଇଥିବା ଦଳରେ ସ୍ଥାନ ପାଇ ନାହାନ୍ତି ମହେନ୍ଦ୍ର ସିଂହ ଧୋନି। ପୂର୍ବରୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ସମୟରେ ଖେଳି ପାରିବେ ନାହିଁ ବୋଲି ସୂଚନା ଦେଇଥିଲେ। ଆସନ୍ତା ଡିସେମ୍ବରରୁ ଆରମ୍ଭ ହେବ ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିପାକ୍ଷିକ ସିରିଜ୍। ଏହି ସିରିଜରେ ତିନିଟି ଦିନିକିଆ ମ୍ୟାଚ ଖେଳାଯିବାକୁ ଥିବା ବେଳେ ୩ଟି ଟି-୨୦ ମ୍ୟାଚ୍ ଖେଳାଯିବ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆସନ୍ତା ଡିସେମ୍ବର ମାସ ୨୨ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ଟିକିଆ ଦିନିକିଆ ସିରିଜର ତୃତୀୟ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ, ଧୋନୀଙ୍କୁ ନେଇ ବେଶ ଆଶାବାଦୀ ଥିଲେ ଓଡିଶାବାସୀ। ତେବେ ଧୋନୀଙ୍କ ନଆସିବା ଖବର ଅନେକ କ୍ରୀଡାପ୍ରେମୀଙ୍କୁ ବ୍ୟଥିତ କରିଛି ।

ଦିନିକିଆ ଦଳ: ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାୱନ, କେଏଲ ରାହୁଲ, ଋଷଭ ପନ୍ଥ, ମନିଷ ପାଣ୍ଡେ, ଶ୍ରେୟସ ଆୟାର, କେଦାର ଯାଦବ, ରବିନ୍ଦ୍ର ଜାଡେଜା, ଶିଭମ ଦୁବେ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମ୍ମଦ ଶାମି, ଦୀପକ ଚହର ଏବଂ ଭୁବନେଶ୍ୱର କୁମାର ।

ଟି-୨୦ ଦଳ: ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାୱନ, କେଏଲ ରାହୁଲ, ଋଷଭ ପନ୍ଥ, ମନିଷ ପାଣ୍ଡେ, ଶ୍ରେୟସ ଆୟାର, ରବିନ୍ଦ୍ର ଜାଡେଜା, ଶିଭମ ଦୁବେ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ୱାଶିଙ୍ଗଟନ୍ ସୁନ୍ଦର, ମହମ୍ମଦ ଶାମି, ଦୀପକ ଚହର ଏବଂ ଭୁବନେଶ୍ୱର କୁମାର।

Comments are closed.