Odisha Link
Bridging the Missing Links in Odisha

ଟ୍ରେନ୍‌ରେ କଟି ବୃଦ୍ଧଙ୍କ ମୃତ୍ୟୁ

ରାଇରଙ୍ଗପୁର: ରାଇରଙ୍ଗପୁରରେ ଟ୍ରେନରେ କଟି ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତ ବୃଦ୍ଧ ଇଚିଣ୍ଡାର ନରେଶ ମହାନ୍ତ। ଘଟଣାସ୍ଥଳକୁ କୌଣସି ଅଧିକାରୀ ଆସି ନଥିବା ବେଳେ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଛି।
ମିଳିଥିବା ସୂଚନା ଅନୁସାରେ ରାଇରଙ୍ଗପୁର ଟାଉନ ଥାନା ଇଚିଣ୍ଡା ଫାଟକ ନିକଟରେ ଟ୍ରେନରେ କଟି ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତ ବୃଦ୍ଧ ଜଣକ ହେଲେ ଇଚିଣ୍ଡାର ନରେଶ ମହାନ୍ତ। ଆଜି ସକାଳ ୬ଟା ବେଳେ ଟାଟା ବାଦାମପାହାଡ଼ ଟ୍ରେନ୍ ରାଇରଙ୍ଗପୁର ଷ୍ଟେସନ ଦେଇ ଯାଉଥିବା ବେଳେ ରାଇରଙ୍ଗପୁର ଷ୍ଟେସନ ପରବର୍ତୀ ଫାଟକ ନିକଟରେ ବୃଦ୍ଧ ଜଣଙ୍କ ଟ୍ରେନ୍ ରେ କଟିଯାଇଛନ୍ତି। ବୃଦ୍ଧଙ୍କ ମୁଣ୍ଡ-ଗଣ୍ଡି ଅଲଗା ହୋଇଯାଇଥିବା ଦେଖିବାକୁ ମିଳିଛି।

Comments are closed.