Odisha Link
Bridging the Missing Links in Odisha

ବାଣୀ ବିହାର ; ଆତ୍ମହତ୍ୟା ଉଦ୍ୟମ କରୁଥବା ବ୍ୟକ୍ତି ଉଦ୍ଧାର

ଭୁବନେଶ୍ବର :ଦୀର୍ଘ ଘଣ୍ଟାର ମାରାଥନ ଅପରେସନ ପରେ ଉକ୍ରଳ ବିଶ୍ୱବିଦ୍ୟାଳୟର ପରିଜା ଲାଇବ୍ରେରୀର ଛାତ ଉପରୁ ଆତ୍ମହତ୍ୟା ଧମକ ଦେଉଥିବା ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରାଯାଇଛି । ବ୍ରୁଣ୍ଟୋ ସ୍କାଏ ଲିଫ୍ଟ ଦ୍ୱାରା ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ବ୍ୟକ୍ତିଙ୍କ ନାମ ସୁବୋଧ ବାରିକ ଓ କେନ୍ଦ୍ରାପଡାର ପଟ୍ଟାମୁଣ୍ଡେଇ ଠାରେ ରୁହନ୍ତି। ଆଜି ସକାଳ ସମୟ ବାଣୀବିହାର ପରିଜା ଲାଇବ୍ରେରି ର ଛାତ ଉଇପର କୁ ଜଣେ ବ୍ୟକ୍ତି ଚଢ଼ି ଯାଇଥିଲେ ।
୩ ମହଲା ଉପରୁ ବ୍ୟକ୍ତି ଜଣକୁ ଉଦ୍ଧାର କରିବା ପାଉଁ ଅଗ୍ନିସମ ବାହିନବ ରେସକ୍ୟୁ ଅପରେସଲ ଆରମ୍ଭ କରିଥିଲା । ଉଦ୍ଧାରକାରୀ ଟିମ ବ୍ୟକ୍ତି ଙ୍କୁ ଉଦ୍ଧାର କରୁଥିବା ବେଳେ ବ୍ୟକ୍ତି ଜଣ ଛାତ ଉପରୁ ଡ଼େଇଁବା ପାଇଁ ଧମକ ଦେଉଥିଲେ । ଏନେଇ କୌଣସି ଅଘଟଣ ନଘଟିବାପାଇଁ ଅଗ୍ନିସମ ବାହୀ ଚାରି ପଟେ ଜାଲ ବିଛେଇ ଥିଲେ ।

Comments are closed.