Odisha Link
Bridging the Missing Links in Odisha

ଗଞ୍ଜେଇ ଗଛ ନଷ୍ଟ ବେଳେ ଆଦିବାସୀ ପୋଲିସ ମୁହାଁମୁହିଁ

ଗଞ୍ଜାମ: ଗଞ୍ଜେଇ ଚାଷ ନଷ୍ଟ କରିବାକୁ ପୋଲିସ ଚଢାଉ କରିଥିବା ବେଳେ ଆଦିବାସୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା। ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।
ଗଞ୍ଜାମ ଜିଲ୍ଲା ଧରାକୋଟ ଓ ବଡଗଡ ସୀମାନ୍ତ ଉପାନ୍ତ ଇଲାକାରେ ଗଞ୍ଜେଇ ଚାଷ ନଷ୍ଟ କରିବାକୁ ପୋଲିସ ଚଢାଉ କରିଥିଲା। ଚଢାଉ ବେଳେ ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରିଛି ପୋଲିସ। ଗଞ୍ଜେଇ ଚାଷ ନଷ୍ଟ ବେଳେ ଆଦିବାସୀ ପୋଲିସଙ୍କୁ ଆକ୍ରମଣ କରିଥିଲେ। ଫଳରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ସୁରକ୍ଷା ଦୃଷ୍ଟିରୁ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ସ୍ଥାନୀୟ ଅଞ୍ଚଳରେ ୫୦ଏକର ଜମିରେ ଗଞ୍ଜେଇ ଚାଷ ହେଉଥିବା ପୋଲିସ ସୂଚନା ପାଇଥିଲା। ଫଳରେ ପୋଲିସ ଚଢାଉ କରିଥିଲା। କେତେକ ସ୍ଥାନରେ ଆଦିବାସୀମାନେ ଗଛ କାଟି ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି। ବଡ଼ଗଡ଼ ଥାନା ଖଜୁରୀପଦା ଗାଁରେ ପୋଲିସ, ଅବକାରୀ ବିଭାଗ ଓ ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ଗଂଜେଇ ଚାଷ ନଷ୍ଟ ବେଳେ ଶତାଧିକ ଆଦିବାସୀ ପୋଲିସ ମୁହାଁମୁହିଁ ହୋଇଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି।

Comments are closed.