ନିର୍ଦ୍ଦେଶକ ଓ ଅଭିନେତାଙ୍କ ଝଗଡ଼ାର ଭିଡ଼ିଓ ହେଲା ଭାଇରାଲ
![](https://www.odishalink.com/wp-content/uploads/2019/11/aky-1.jpg)
ନୂଆଦିଲ୍ଲୀ: ନିର୍ଦ୍ଦେଶକ ଏବଂ ଷ୍ଟାରଙ୍କ ପରସ୍ପର ଭିତରେ ଅନେକ ସମୟରେ ଝଗଡ଼ା ହୋଇଥାଏ । ସେପରି ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ସହ ଅଭିନେତା ଅକ୍ଷୟ କୁମାରଙ୍କ ଜୋରଦାର ଝଗଡା ଲାଗିଯାଇଛି । ଉଭୟଙ୍କର ଝଗଡ଼ା କ୍ୟାମେରାରେ ରେକର୍ଡିଂହୋଇଯାଇଛି । ସୋସିୟାଲ ମିଡିୟାରେ ଭିଡ଼ିଓ ଟି ଭାରାଲ ହେବାରେ ଲାଗିଛି । ରୋହିତ ସେଟ୍ଟି ର ଆଗାମୀ ସିନେମା ସୂର୍ଯ୍ୟବଂଶୀର ସୁଟିଂ ଆରମ୍ଭ ହୋଇଯାଇଛି । ଭିଡିଓ ଦେଖିଲା ପରେ ଲାଗୁଛି-ସତରେ କ’ଣ ହେବ ଏଇ ସିନେମା ର ଭବିଷ୍ୟତ ! ସତରେ କ’ଣ ସିନେମା ଆଗକୁ ଯିବ ନା ଏଇଠି ଅଟକି ଯିବ !
ଭିଡିଓରେ ଦେଖିବାକୁ ମିଳିଛି, ଅକ୍ଷୟ ଏବଂ ରୋହିତଙ୍କ ମଧ୍ୟରେ ପୂରା ଷ୍ଟାଇଲ୍ରେ ମାର୍ପିଟ ହେଉଛନ୍ତି। ପରସ୍ପରକୁ ମୁଥ ମାରୁଛନ୍ତି। ଭିଡିଓଟି ରେ ଦୁହେଁ ହାତାହାତି ହେଉଥିବା ସେଠାରେ ପୋଲିସ ଆସି ପହଞ୍ଚି ଯାଇଛି।
ସବୁଠାରୁ ମଜା କଥା ହେଉଛି, କେହି ଅଜଣା ବ୍ୟକ୍ତି ଏହି ଗଣ୍ଡଗୋଳର ଦୃଶ୍ୟକୁ ରେକର୍ଡିଂ କରୁ ନାହାନ୍ତି, କରୁଛନ୍ତି ନିଜେ କାଟ୍ରିନା କେଫ୍। ଏହି ଭିଡିଓକୁ ନିଜେ ଅକ୍ଷୟ କୁମାର ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଏହା ଉପରେ ଲେଖିଛନ୍ତି-‘ବ୍ରେକିଂ ନ୍ୟୁଜ୍- ଏମିତି ଏକ ଝଗଡା ଯାହା ଦିନକୁ ସୁନ୍ଦର କରିଦେବ।’ ଏହି ଭିଡିଓ ଦେଖିବା ପରେ ଟ୍ୱିଟର ୟୁଜର୍ସମାନେ ବି ବହୁତ ମଜାଦାର ଟିପ୍ପଣୀ ଦେଇଛନ୍ତି।
Comments are closed.