୨୫ରେ ଭୁବନେଶ୍ବର ସ୍କିଲ୍ ମେଳା

ଭୁବନେଶ୍ୱର: କୌଶଳୀ ଖୋଜୁଥିବା ଅନୁଷ୍ଠାନ ଓ ଏବଂ କୌଶଳ ହାସଲ ନିମନ୍ତେ ଆଗ୍ରହୀ ଥିବା ଯୁବପିଢିଙ୍କୁ ଏକାଠି କରିବା ଲକ୍ଷ୍ୟ ରଖି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ଆୟୋଜନ କରାଯାଉଛି ଏହି ସ୍କିଲ୍ ମେଳା। ଏହି ମେଳା ଆସନ୍ତା ୨୫ ତାରଖରେ ସହିଦନଗର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହେବ। ଏହି ମେଳାରେ ସହରର ବିଭିନ୍ନ ଅନୁଷ୍ଠାନ ଯୋଗ ଦେବେ। ୨୦୦ରୁ ଉର୍ଦ୍ଧ ଯୁବକ/ଯୁବତୀ ଏହି ମେଳାରେ ଯୋଗ ଦେବାର ସମ୍ଭାବନା ରହିଛି। ଯେଉଁମାନଙ୍କର ଶିକ୍ଷାଗତ ଯୋଗ୍ୟତା ୮ମ ଶ୍ରେଣୀରୁ ଅଧିକ ସେମୋନ ଏଥିରେ ଅଂଶ ଗ୍ରହଣ କରିପାରିବେ। ଏହି ସ୍କିଲ୍ ମେଳାରେ ତୃତୀୟ ଲିଙ୍ଗ ଓ ଭିନ୍ନକ୍ଷମଙ୍କ କ୍ଷେତ୍ରରେ ସ୍ବତନ୍ତ୍ର ଭାବେ ଧ୍ୟାନ ଦିଆଯିବ।
ଏହି ମେଳାରେ ସ୍କିଲ୍ ଡେଭଲପ୍ମେଣ୍ଟ ଇନ୍ଷ୍ଟିଟ୍ୟୁଟ୍, ସେଣ୍ଟ୍ରାଲ୍ ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟର, ସିଭି ରମଣ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଟେକ୍ ମହିନ୍ଦ୍ରା, ଟ୍ରାଇଡେଣ୍ଟ ଏକାଡେମୀ ଅଫ୍ ଟେକ୍ନୋଲୋଜି, କାମ୍ପାଭାଇ ଭୋକେସ୍ନାଲ ଟ୍ରେନିଂ ଇନ୍ଷ୍ଟିଟ୍ୟୁଟ୍, ଉପାସନା ଏଜୁକେସନାଲ୍ ଟ୍ରଷ୍ଟ୍, ଭୁବନେଶ୍ବର ସରକାରୀ ଆଇଟିଆଇ, ଅର୍ବାନ୍ ମାଇକ୍ରୋ ବିଗିନେସ୍ ସେଣ୍ଟର, ଆଇସିଆଇସିଆଇ ଏକାଡେମୀ ଅଫ୍ ସ୍କିଲ୍, ପ୍ରଭୃତି ଅଂଶ ଗ୍ରହଣ କରିବେ।
Comments are closed.