Odisha Link
Bridging the Missing Links in Odisha

‘ଦଳ ଏବଂ ପରିବାର ଭାଙ୍ଗିଲା’

ମୁମ୍ୱାଇ: ଗତକାଲି ରାତି ପର୍ଯ୍ୟନ୍ତ ଶିବସେନା, କଂଗ୍ରେସ ଓ ଏନସିପି ମିଶି ସରକାର ଗଠନ କରିବା ପାଇଁ ଚାଲିଥିଲା ଘନ ଘନ ବୈଠକ। ହେଲେ ସକାଳ ହେବା ମାତ୍ରେ ସବୁକିଛି ଓଲଟପାଲଯ ହୋଇଗଲା। ଏନସିପି ନେତା ଅଜିତ ପାଓ୍ୱାର ବିଜେପିକୁ ସମର୍ଥନ କରିବା ପରେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଦେବେନ୍ଦ୍ର ଫଡ଼ନାଭିସ। ଅଜିତଙ୍କ ଏହି ନିଷ୍ପତ୍ତିକୁ ସହଜରେ ଗ୍ରହଣ କରି ପାରି ନାହାନ୍ତି ଶରଦଙ୍କ ଝିଅ ତଥା ଅଜିତଙ୍କ ଭଉଣୀ ସାଂସଦ ସୁପ୍ରିୟା ସୁଲେ। ସେ କହିଛନ୍ତି, ‘ଜୀବନରେ କାହାକୁ ଭରସା କରିବା, ଏଭଳି ଧୋକ୍କା କେବେ ମିଳି ନଥିଲା’। ସେହିପରି ତାଙ୍କ ହ୍ୱାଟସ ଆପ ଷ୍ଟାଟସରେ ଲେଖିଛନ୍ତି, ‘ଦଳ ଏବଂ ପରିବାର ଭାଙ୍ଗିଲା’।

ଅଜିତଙ୍କ ଏହି ନିଷ୍ପତ୍ତିକୁ ଶିବସେନା, କଂଗ୍ରେସ ଓ ଏନସିପି ବିଶ୍ୱାସଘାତ ବୋଲି କହିଛି। ଏନସିପି ସୁପ୍ରିମୋ ଶରଦ ପାଓ୍ୱାର କହିଛନ୍ତି, ଏହା ଅଜିତଙ୍କ ବ୍ୟକ୍ତିଗତ ମତ। ବିଧାୟକ ମାନେ ମୋ ସହିତ ଅଛନ୍ତି। ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କ ସହ ପ୍ରେସମିଟ୍ କରି ଶରଦ କହିଛନ୍ତି, ଏନସିପିର ଅଧିକାଂଶ ବିଧାୟକ ମୋ ସପକ୍ଷରେ ରହିଛନ୍ତି। ଆଗାମୀ ଦିନରେ ଶିବସେନା-ଏନସିପି-କଂଗ୍ରେସ ସରକାର ଗଠନ ହେବ। ଏନସିପି ବିଧାୟକ ଦଳର ନେତା ଭାବରେ ଅଜିତଙ୍କ ପାଖରେ ସମସ୍ତ ବିଧାୟକଙ୍କ ଦସ୍ତଖତ ଥିଲା ବୋଲି ସେ ରାଜ୍ୟପାଳଙ୍କ ପାଖରେ ସେହି ହସ୍ତାକ୍ଷରୁ କାଗଜକୁ ଦେଖାଇଛନ୍ତି। ଯେଉଁ ଏନସିପି ବିଧାୟକ ବିଜେପି ସହ ଯିବା ପାଇଁ ଚେଷ୍ଚା କରିବେ ତାଙ୍କୁ ମଧ୍ୟ ଦଳ ଚେତାବନୀ ଦେଇଛି। ଦଳର ସଂସଦୀୟ ବୋର୍ଡ ବସିବା ପରେ ଅଜିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶରଦ ପାଓ୍ୱାର କହିଛନ୍ତି।

Comments are closed.