ଟ୍ରିପଲ ମର୍ଡର, ୪ଗିରଫ

ଦେବଗଡ: ଦେବଗଡ ଜିଲ୍ଲା ବାରକୋଟ ଥାନା ବାଲିରୋଇ ଗାଁରୁ ତିନି ଶବ ମିଳିବା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ବିକ୍ରମ ପ୍ରଧାନ ସମେତ ଚାରି ଜଣଙ୍କୁ ଗିରଫ କରିବା ସହ ବାରକୋଟ ପୋଲିସ ଏହି ଘଟଣାର ପର୍ଦ୍ଦାଫାସ କରିଛି। ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ଅନ୍ୟ ଜଣେ ଅଭିଯୁକ୍ତ ଏବେବି ଫେରାର ଅଛି।
ମିଳିଥିବା ସୂଚନା ଅନୁସାରେ ଗତ ଅକ୍ଟୋବର ୧୮ ତାରିଖରେ ବିକ୍ରମ ନିଜ ସ୍ତ୍ରୀ ଓ ଦୁଇ ଶିଶୁଙ୍କ ହତ୍ୟା କରିବା ପରେ ପୋତି ଦେଇଥିଲା ବୋଲି ପୋଲିସ କହିଛି। ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗରେ ବିକ୍ରମଙ୍କ ବାପା ସୋମନାଥ ପ୍ରଧାନ, ମାଆ ରୂପେଲୀ ପ୍ରଧାନ, ସାଙ୍ଗ ଅମର କୁମାର ସାମଲକୁ ପୋଲିସ ଗିରଫ କରିଛି। ତେବେ ସେନା ବାହିନୀରେ କାର୍ଯ୍ୟରତ ବିକ୍ରମର ଭାଇ ଚିନ୍ମୟ ପ୍ରଧାନ ହତ୍ୟାକାଣ୍ଡ ପରଠାରୁ ଫେରାର ରହିଛି।
Comments are closed.