Odisha Link
Bridging the Missing Links in Odisha

ଶହୀଦ ଲକ୍ଷ୍ମଣ ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଜନଜାତି ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ ଭାବରେ ଶହୀଦ ଲକ୍ଷ୍ମଣ ନାଏକ ଅବିସ୍ମରଣୀୟ ରହିବେ । ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ଜୀବନରେ ବରଣ କରି ସେ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ନାମକୁ ଉଜ୍ଜ୍ୱଳ କରିବା ସହିତ ରଚନାତ୍ମକ କାର୍ଯ୍ୟରେ ନିୟୋଜିତ ରହି ସେ ଜନଜାତିଙ୍କ ଜୀବନଧାରାକୁ ପ୍ରଭାବିତ କରି ପାରିଥିଲେ ବୋଲି ଅତିଥିମାନେ ତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ନିବେଦନ କରି ଉଲ୍ଲେଖ କରିଛନ୍ତି ।

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଶବରୀ ସାଂସ୍କୃତିକ ସଂସଦ, ଭୁବନେଶ୍ୱରଙ୍କ ସହଯୋଗରେ ଜୟଦେବ ଭବନରେ ଅନୁଷ୍ଠିତ ଶହୀଦ୍‌ ଲକ୍ଷ୍ମଣ ନାଏକ ରାଜ୍ୟସ୍ତରୀୟ ଜୟନ୍ତୀରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଯେ ଗାନ୍ଧିଜୀଙ୍କ ପ୍ରେରଣାରେ ଲକ୍ଷ୍ମଣ ନାଏକ ଥିଲେ ସରଳତା, ନିର୍ଭୀକତା ଓ ସଂଗ୍ରାମର ପ୍ରତୀକ ।

ଉତ୍ତର ପିଢ଼ି ତାଙ୍କ ଆଦର୍ଶରେ ଅନୁ ପ୍ରାଣିତ ହୋଇ ଜାତି ନିର୍ମାଣରେ ଅଂଶୀଦାର ହେବା ବାଞ୍ଛନୀୟ ବୋଲି ସାରକା ପରାମର୍ଶ ଦେଇଛନ୍ତି । ସାଂସଦ ରମେଶ ଚନ୍ଦ୍ର ମାଝୀ, ବିଧାୟକବୃନ୍ଦ ରଘୁନାଥ ଗମାଙ୍ଗ, ମନୋହର ରନ୍ଧାରୀ, ପ୍ରକାଶ ଚନ୍ଦ୍ର ମାଝୀ, ସଦାଶିବ ପ୍ରଧାନୀ, ତାରା ପ୍ରସାଦ ବାହିନୀ ପତି, ସଂସଦର ଉ ପସଭା ପତି ଗୌର ତ୍ରି ପାଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଶହୀଦ୍‌ ଲକ୍ଷ୍ମଣ ନାଏକଙ୍କ ଜୀବନୀ ଆଲୋଚନା କରିବା ସହିତ ତାଙ୍କ ପ୍ରତି ବିନମ୍ର ଶ୍ରଦ୍ଧା ନିବେଦନ କରିଥିଲେ ।

ବିଶିଷ୍ଟ ଗବେଷକ ତଥା ସାହିତ୍ୟିକ ପ୍ରଦୀପ କୁମାର ମିଶ୍ର କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବ ରେ ଯୋଗଦେଇ ବହୁ ଗବେଷଣା ଓ ଆଲୋଚନାକୁ ଆଧାର କରି କହିଲେ ଯେ ବନବାସୀମାନଙ୍କ ଉ ପରେ ହେଉଥିବା ଅତ୍ୟାଚାର, ଅନାଚାରର ବିରୋଧ ସହ ସବୁ ପ୍ରକାର ଶୋଷଣର ଅବସାନ ନିମନ୍ତେ ଶହୀଦ ଲକ୍ଷ୍ମଣ ନାଏକ ବ୍ରତୀ ଥିଲେ । ତାଙ୍କ ଜୀବନଚରିତ ବିଭିନ୍ନ ଭାରତୀୟ ଭାଷାରେ ପ୍ରକାଶ ପାଇଲେ ଭବିଷ୍ୟତ ବଂଶଧରମାନେ ଅଧିକ ସଚେତନ ଓ ଉପକୃତ ହେବେ ବୋଲି ମିଶ୍ର ମତ ଦେଇଥିଲେ ।

କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶହୀଦ ଲକ୍ଷ୍ମଣ ନାଏକଙ୍କ ଚିତ୍ର ପଟରେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିବାବେଳେ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ ପରେ ପରେ ସୂଚନା ଓ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶକ ବରଦା ପ୍ରସନ୍ନ ଦାସ ସ୍ୱାଗତ ଭାଷଣ ଦେଇଥିଲେ । ପୂର୍ବରୁ ଆୟୋଜିତ ସ୍କୁଲ୍‌ ଓ କଲେଜସ୍ତରୀୟ ପ୍ରବନ୍ଧ ତଥା ବକ୍ତୃତା ପ୍ରତିଯୋଗିତାର ସଫଳ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା ।

ଶବରୀ ସାଂସ୍କୃତିକ ସଂସଦ ପକ୍ଷରୁ ସୁଶାନ୍ତ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂସଦରଯୁଗ୍ମ ସଂପାଦକ ନୀଳମାଧବ ଦାଶ ଧନ୍ୟବାଦ ଅ ର୍ପଣ କରିଥିଲେ । ଶେଷରେ ନବରଙ୍ଗ ପୁର ମହିଳା ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ଆଦିବାସୀ ନୃତ୍ୟ ‘ଢେମ୍‌ସା’ ପରିବେଷଣ କରାଯାଇଥିଲା । ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ସୁଭାଷ ସୂପକାର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ସକାଳେ ଭୁବନେଶ୍ୱର ୧ ନଂ ୟୁନିଟ୍‌ସ୍ଥ ଆଦିବାସୀ ପ୍ରଦର୍ଶନୀ ପଡ଼ିଆ ଓ କଳିଙ୍ଗ ହସ୍‌ ପିଟାଲ୍‌ ଛକସ୍ଥିତ ଶହୀଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତିରେ ସୂଚନା ଓ ଲୋକସଂପର୍କ ବିଭାଗର ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସନ୍ତୋଷ କୁମାର ସାଦ ତଥା ଅନ୍ୟ ପଦାଧିକାରୀମାନଙ୍କ ସମେତ ମନ୍ତ୍ରୀ ସାର୍‌କା, ବିଧାୟକବୃନ୍ଦ ରନ୍ଧାରୀ, ମାଝୀ ଓ ପ୍ରଧାନୀ ଏବଂ ଶବରୀ ସାଂସ୍କୃତିକ ସଂସଦର କର୍ମକର୍ତ୍ତାମାନେ ମାଲ୍ୟାର୍ପଣ କରିଥିଲେ ।

Comments are closed.