ଚାକିରି ଦେବା ଆଳରେ ଟଙ୍କା ଲୁଟ୍
ରଣପୁର: ଚାକିରୀ ଦେବା ଆଳରେ ବେକାରୀ ଯୁବକଙ୍କୁ ଠକି ଟଙ୍କା ନେବା ଘଟଣା ସାମ୍ନାକୁ ଆସିଛି। ନୟାଗଡ ଜିଳ୍ଲା ରଣପୁର ଅଞ୍ଚଳରେ ବେକାରୀ ଯୁବକ ମାନଙ୍କୁ ମାଲେସିଆରେ ଚାକିରୀ କରେଇ ଦେବା ପ୍ରଲୋଭନ ଦେଖାଇ ଏକ ଠକେଇ ଗୋଷ୍ଠୀ ସେମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଲୁଟି ନେଇଛନ୍ତି। ସେମାନେ ଜଣଙ୍କୁ ଚାକିରୀ ଦେବା ଆଳରେ ଯୁବକମାନଙ୍କ ଠାରୁ ୬୫୦୦୦ ଟଙ୍କା ନେଉଥିଲେ। ଶେଷରେ ତିନି ଅଭିଯୁକ୍ତ ଶତ୍ରୁଘ୍ନ ବେହେରା, ଦୀନବନ୍ଧୁ ପ୍ରଧାନ ଏବଂ ପ୍ରଫୁଲ୍ଲ ପ୍ରଧାନଙ୍କ ଠକେଇ ଧରା ପଡିଛି। ଏବେ ଏହି ଅଭିଯୁକ୍ତ ମାନେ ଯୁବକ ମାନଙ୍କ ଦ୍ଵାରା ଅଟକ ଅଛନ୍ତି । ସୂଚନା ମୁତାବକ ମୁଖ୍ୟ ଅଭିଯୁକ୍ତ ରବୀନ୍ଦ୍ର ପାଢ଼ୀ ଏବଂ ତାର ସ୍ତ୍ରୀ ସୁରଧୁନୀ ପଣ୍ଡା ଫେରାର ଅଛନ୍ତି।
Comments are closed.