Odisha Link
Bridging the Missing Links in Odisha

ଓ୍ବାର୍ଲ୍ଡ ପାନୋରମା ଏସିଆ ପ୍ରିମିୟରରେ ନୀଳମାଧବଙ୍କ ଫିଲ୍ମ ପ୍ରଦର୍ଶିତ

ଭୁବନେଶ୍ବର: ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ମୁଖ୍ୟ ସମସ୍ୟା ପାଲଟିଛି। ଏହାର ପରିବର୍ତ୍ତନ ଓ ପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ୧୧ ଦେଶର ୧୧ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତାଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ‘ଇଣ୍ଟରଡିପେଣ୍ଡେନ୍ସ’ ଗୋଆ ଠାରେ ଅନୁଷ୍ଠିତ ଓ୍ବାର୍ଲ୍ଡ ପାନୋରମା ଏସିଆ ପ୍ରିମିୟରରେ ପ୍ରଦର୍ଶିତ ହୋଇଅଛି। ଏହି ଅବସରରେ ଓଡିଶାର ଚଳଚ୍ଚିତ୍ର ନିର୍ମାତା ନୀଳମାଧବ ପଣ୍ଡା ନିଜର ସର୍ଟ ଫିଲ୍ମ ‘ମେଘାସ୍‌ ଡିଭୋର୍ସ’ ପାଇଁ ରେଡ୍‌ କାର୍ପେଟ୍ ଚାଲିଥିଲେ ଏବଂ ତାଙ୍କ ସହ ଫିଲ୍ମର ଅଭିନେତ୍ରୀ ଦିବ୍ୟା ଦତା ଓ ମଞ୍ଜରୀ ଫଡ୍‌ନିସ୍‌ ମଧ୍ୟ ରେଡ୍‌ କାର୍ପେଟ୍‌ରେ ଚାଲିଥିଲେ। ଆଇଏଫ୍‌ଏଫ୍‌ଆଇର ୫୦ ବର୍ଷ ପୂର୍ତ୍ତି ଅବସରରେ କାର୍ଯ୍ୟକ୍ରମରେ ସାମିଲ ହେବା ସହ ‘ଇଣ୍ଟରଡିପେଣ୍ଡେନ୍ସ’ ପ୍ରିମିୟରରେ ଆସିବା ଗର୍ବର ବିଷୟ ବୋଲି ନୀଳମାଧବ କହିଛନ୍ତି। ଏହା ପ୍ରିମିୟର ଜଳବାୟୁ ପରିବର୍ତ୍ତନ ଭଳି ଗମ୍ଭୀର ପ୍ରସଙ୍ଗ ଉପରେ ଲୋକଙ୍କୁ ସଚେତନ କରିପାରିବ।

Comments are closed.