Odisha Link
Bridging the Missing Links in Odisha

ଯୋଗାଣ ବିଭାଗ ପକ୍ଷରୁ ସୁଲଭ ମୂଲ୍ୟରେ ପିଆଜ ବିକ୍ରି

ଭୁବନେଶ୍ୱର  : ରାଜ୍ୟରେ ପିଆଜର ମୂଲ୍ୟବୃଦ୍ଧି ହେତୁ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ପିଆଜ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି । ଏହି ମର୍ମରେ ଗତ ୧୧ ତାରିଖଠାରୁ ବିଭିନ୍ନ ଜିଲ୍ଲରେ ସୁଲଭ ମୂଲ୍ୟ ଦୋକାନରେ ପିଆଜ ବିକି୍ର କରାଯାଉଛି ।

ସଦ୍ୟତମ ରିପୋର୍ଟ ଅନୁଯାୟୀ ବିଭାଗ ପକ୍ଷରୁ ଅନୁଗୋଳଠାରେ ୧୦ଟି ସୁଲଭ ମୂଲ୍ୟ ଦୋକାନରେ ପିଆଜ କେଜି ପିଛା ୬୦ ଟଙ୍କା ମଧ୍ୟରେ ବିକି୍ର ହେଉଛି । ସେହିପରି କଟକର ୩ଟି ସୁଲଭ ମୂଲ୍ୟ ଦୋକାନରେ ପିଆଜ କେଜି ପିଛା ୭୦ ଟଙ୍କା, ସମ୍ବଲ ପୁରର ୨ଟି ସ୍ଥାନରେ କେଜି ପିଛା ୫୪ ଟଙ୍କା, ବଲାଙ୍ଗୀରର ୫ଟି ସ୍ଥାନରେ କେଜି ପିଛା ୫୫ ଟଙ୍କା, ଝାରସୁଗୁଡ଼ାର ୬ଟି ସ୍ଥାନରେ ୬୦ ଟଙ୍କା, ଖୋର୍ଦ୍ଧାର ୪ଟି ସ୍ଥାନରେ କେଜି ପିଛା ୭୦ ଟଙ୍କା, ମୟୂରଭଞ୍ଜର ୬୦ଟି ସ୍ଥାନରେ କେଜି ପିଛା ୬୦ ଟଙ୍କା, ଢେଙ୍କାନାଳର ୭ଟି ସ୍ଥାନରେ କେଜି ପିଛା ୭୦ ଟଙ୍କା, ଭଦ୍ରକର ୭ଟି ସ୍ଥାନରେ କେଜି ପିଛା ୬୦ ଟଙ୍କା, ନୂଆପଡ଼ାର ୨ଟି ସ୍ଥାନରେ କେଜି ପିଛା ୫୫ ଟଙ୍କା, ଜୟ ପୁରର ୨ଟି ସ୍ଥାନରେ କେଜି ପିଛା ୬୫ ଟଙ୍କା, ବ୍ରହ୍ମପୁରର ୬ଟି ସ୍ଥାନରେ କେଜି ପିଛା ୫୮ ଟଙ୍କା, ଭବାନୀ ପାଟଣାର ୧୧ଟି ସ୍ଥାନରେ କେଜି ପିଛା ୫୮ ଟଙ୍କା, ବାଲେଶ୍ୱରର ୧୫ଟି ସ୍ଥାନରେ କେଜି ପିଛା ୭୨ ଟଙ୍କା, କେନ୍ଦ୍ରା ପଡ଼ାର ୬ଟି ସ୍ଥାନରେ କେଜି ପିଛା ୭୩ ଟଙ୍କା, କେଉଁଝରର ୧୩ଟି ସ୍ଥାନରେ କେଜି ପିଛା ୬୮ ଟଙ୍କା, ରାୟଗଡ଼ାର ଗୋଟିଏ ସ୍ଥାନରେ କେଜି ପିଛା ୭୦ ଟଙ୍କା, ନୟାଗଡ଼ର ଗୋଟିଏ ସ୍ଥାନରେ କେଜି ପିଛା ୭୦ ଟଙ୍କା, ସୁବର୍ଣ୍ଣ ପୁରର ୫ଟି ସ୍ଥାନରେ କେଜି ପିଛା ୬୫ ଟଙ୍କା, ପୁରୀର ୫ଟି ଜାଗାରେ କେଜି ପିଛା ୬୫ ଟଙ୍କା, ସୁନ୍ଦରଗଡ଼ର ୨୫ଟି ସ୍ଥାନରେ କେଜି ପିଛା ୬୭ ଟଙ୍କା, ନବରଙ୍ଗ ପୁରର ୮ଟି ସ୍ଥାନରେ କେଜି ପିଛା ୭୨ ଟଙ୍କା, କନ୍ଧମାଳର ଗୋଟିଏ ସ୍ଥାନରେ କେଜି ପିଛା ୬୫ ଟଙ୍କା, ବରଗଡ଼ର ୬ଟି ସ୍ଥାନରେ କେଜି ପିଛା ୫୫ ଟଙ୍କା, ମାଲକାନଗିରିର ୪ଟି ସ୍ଥାନରେ କେଜି ପିଛିା ୫୦ ଟଙ୍କା, ଦେବଗଡ଼ର ଗୋଟିଏ ସ୍ଥାନରେ ୬୦ ଟଙ୍କା, ଗଜ ପତିର ୧୦ଟି ସ୍ଥାନରେ ୫୦ ଟଙ୍କା ଏବଂ ଯାଜପୁରର ୩ଟି ସୁଲଭ ମୂଲ୍ୟ ଦୋକାନରେ ପିଆଜ କେଜି ପିଛା ୫୫ ଟଙ୍କାରେ ବିକ୍ରୟ କରାଯାଉଛି ।

ରାଜ୍ୟରେ ବର୍ତ୍ତମାନ ଯୋଗାଣ ବିଭାଗ ତରଫରୁ ୨୨୯ଟି ସୁଲଭ ମୂଲ୍ୟ ଦୋକାନରେ ପିଆଜ ବିକ୍ରି କରାଯାଉଛି ।

Comments are closed.