Odisha Link
Bridging the Missing Links in Odisha

ଆଜି ଭୁବନେଶ୍ବର ଆସୁଛନ୍ତି ସୁନିଧି ଚୌହାନ

ଭୁବନେଶ୍ବର: ନିଜ ଗୀତର ଯାଦୁରେ ଶ୍ରୋତାଙ୍କୁ ମତଓ୍ବାଲ କରିଥିବା ବଲିଉଡ୍‌ର ନାମୀ ପ୍ରଚ୍ଛଦପଟ ଗାୟିକା ସୁନିଧି ଚୌହାନ ଆଜି ରାଜଧାନୀ ଭୁବନେଶ୍ବର ଆସୁଛନ୍ତି। ଆସନ୍ତା କାଲି ସନ୍ଧ୍ୟାରେ ଜନତା ମଇଦାନଠାରେ ସୁନିଧିଙ୍କର ଏକ ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ ରହିଛି। ସୁନିଧିଙ୍କ ଭୁବନେଶ୍ବର ଆଗମନକୁ ନେଇ ତାଙ୍କର ପ୍ୟାନ୍ ମାନେ ଖୁବ୍ ଉତ୍ସାହିତ ଅଛନ୍ତି। ସୁନିଧିଙ୍କ ସହ ଅର୍ଜୁନ୍‌ କାନୁନ୍‌ଗୋ ମଧ୍ୟ ଏହିୁ ଶୋ’ ରେ ଯୋଗ ଦେବେ। ଦର୍ଶକ ତାଙ୍କର ବେଶ୍‌ ଲୋକପ୍ରିୟ ଗୀତ କ୍ରେଜି କିୟାରେ, ମୁଝସେ ସାଦି କରୋଗୀ, ଧୂମ୍‌ ମଚାଲେ ଏବଂ ଶିଲା କି ଜଓ୍ବାନୀ ଭଳି ଗୀତ ଶୁଣିବାକୁ ତାଙ୍କ ମୁହଁରୁ ଶୁଣିବାକୁ ବେଶ୍‌ ଉତ୍ସାହିତ ଅଛନ୍ତି।

Comments are closed.