ଅଯୋଧ୍ୟାରେ ଦରକାର ବୃହତ୍ ମନ୍ଦିର: ସଚିନ୍

ଜୟପୁର: ଅଯୋଧ୍ୟାରେ ଏକ ବୃହତ ରାମ ମନ୍ଦିର ହେଉ। ଏଭଳି କହିଛନ୍ତି କଂଗ୍ରେସ ନେତା ସଚିନ୍ ପାଇଳଟ୍। କଂଗ୍ରେସ ଅଯୋଧ୍ୟା ରାୟ ଆସିବାରେ ବିଳମ୍ବ କରାଇବା ନେଇ ଅମିତ ଶାହଙ୍କ ମନ୍ତବ୍ୟ ପରେ ଏହାର ଜବାବରେ ଏପରି କହିଛନ୍ତି ସଚିନ୍।
ସେ ଆହୁରି ମଧ୍ୟ କହିଛନ୍ତି, ସୁପ୍ରିମ୍କୋର୍ଟ ରାୟ ଦେଇସାରିଛନ୍ତି, ସମସ୍ତେ ଏହାକୁ ଗ୍ରହଣ କରିବା ଉଚିତ। ଏହାକୁ ନେଇ ଏବେ ରାଜନୀତି ବନ୍ଦ ହେବା ଦରକାର। କଂଗ୍ରେସ ଚାହୁଁଛି ଅଯୋଧ୍ୟାରେ ଏକ ବୃହତ ମନ୍ଦିର ହେବା ଦରକାର।
ସେ ଆହୁରି ମଧ୍ୟ କହିଛନ୍ତି, କୋର୍ଟଙ୍କ ରାୟ ସମସ୍ତଙ୍କ ପାଇଁ ଗ୍ରହଣୀୟ ହୋଇଥିଲା। ଆମେ ଏହାକୁ ସମ୍ମାନ ଜଣାଇଥିଲୁ। ଏବେ ଆମକୁ ଏହି ପ୍ରସଙ୍ଗରେ ରାଜନୀତି ବନ୍ଦ କରିବାକୁ ହେବ। ବିଶ୍ୱ ଆଗକୁ ଆଗକୁ ବଢ଼ୁଛି।
Comments are closed.